Indus Valley Times

ମାଟିର ସ୍ୱର ପକ୍ଷରୁ କବିତା ପାଠୋତ୍ସବ କ୍ରାନ୍ତି ଅନୁଷ୍ଠିତ

 Breaking News

ମାଟିର ସ୍ୱର ପକ୍ଷରୁ କବିତା ପାଠୋତ୍ସବ କ୍ରାନ୍ତି ଅନୁଷ୍ଠିତ

ମାଟିର ସ୍ୱର ପକ୍ଷରୁ କବିତା ପାଠୋତ୍ସବ କ୍ରାନ୍ତି ଅନୁଷ୍ଠିତ
August 10
07:48 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦ / ୮: ନୟାଗଡ ଜିଲ୍ଲାର ଅନନ୍ୟ ସାମାଜିକ ସଂଗଠନ “ମାଟିର ସ୍ବର” ଦଶପଲ୍ଲା ତରଫରୁ ସୋମବାର ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଶୀର୍ଷକ “କ୍ରାନ୍ତି” ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୪୦ ଜଣ ସାରସ୍ବତ ସାହିତ୍ୟିକ ତଥା ବିପ୍ଲବୀ କବି,କବୟିତ୍ରୀ, ଲେଖକ ଲେଖିକା ଯୋଗଦାନ କରି ନିଜସ୍ବ ରଚିତ ବୈପ୍ଳବିକ କବିତାମାନ ଆବୃତ୍ତି କରିଥିଲେ।
ଏହି କବିତା ପାଠୋତ୍ସବକୁ ବରିଷ୍ଠ ସ୍ତମ୍ଭକାର, ବିପ୍ଳବୀ କବି ଶ୍ରୀଯୁକ୍ତ ପ୍ରଫୁଲ୍ଲ ମାଝୀ ମହୋଦୟ ଉଚକୋଟିର ସମୀକ୍ଷା ଓ ସଂଯୋଜନା କରିଥିଲେ।
ଅନ୍ୟତମ ଅତିଥି ଏବଂ ବରିଷ୍ଠ ସ୍ତମ୍ଭକାର ସାରସ୍ବତ ସାହିତ୍ୟିକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ମିଶ୍ର ମହୋଦୟ କାର୍ଯ୍ୟ କ୍ରମର ସଂମ୍ପୂର୍ଣ୍ଣ ସମୀକ୍ଷା କରିବା ସହିତ କ୍ରାନ୍ତି ଦିବସର ବୈଶିଷ୍ଟ୍ୟ, ମୂଲ୍ୟବୋଧ ଏବଂ ଏହାର ଇତିହାସ ବିଷୟରେ ବିଶେଷ ଚର୍ଚା କରିଥିଲେ।
ଆଜିର ସ୍ଵାଧୀନ ରାଷ୍ଟ୍ରରେ ଗଣତନ୍ତ୍ରର ଦୂରାବସ୍ଥା, ଅରାଜକତା ଓ ଏକଛତ୍ରବାଦ ଶାସନ ବିଷୟରେ ବିଷଦ ଆଲୋଚନା କରିବା ସହିତ ଏଭଳି ଏକ ଜାତୀୟ ସଂକଟ ସମୟରେ କବି ଲେଖକ ମାନଙ୍କର ଭୂମିକା ଅତିବ ଗୁରୁତ୍ୱପୂର୍ଣ୍ଣ ବୋଲିଅଭିମତ ଦେଇଥିଲେ ।
ବରିଷ୍ଠ ବିପ୍ଳବୀ ସମାଜ ସେବୀ ଗଣ ସଂଗଠକ ସାହିତ୍ୟାନୁରାଗୀ ଶ୍ରୀ ଯୁକ୍ତ ଶରତଚନ୍ଦ୍ର ବେହେରା କ୍ରାନ୍ତି, ସମ୍ପୂର୍ଣ୍ଣ କାନ୍ତି ଏବଂ ଜନ ନାୟକ ସହୀଦ ମାନଙ୍କ ଅବଦାନ ଓ ବଳିଦାନ ଅପ ବ୍ୟବହାର ଓ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ କବି ଲେଖକ ସାହିତ୍ୟିକ ମାନଙ୍କ କଲମ ମୂନକୁ ଚଳ ଚଞ୍ଚଳ କରିବା ପାଇଁ କବି ମାନଙ୍କୁ ଆହ୍ଵାନ ଦେଇଥିଲେ।
ବରିଷ୍ଠ ସାମାଜ ସେବୀ ଶ୍ରୀଯୁକ୍ତ ହିମାଂଶୁ ଜେନା ଓ ବ୍ରଜ କିଶୋର ଦାସ ବୃନ୍ଦ ଆଜିର ଦିନରେ ଏଭଳି ମହତ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ମତ ଦେବା ସହିତ ସମସ୍ତ ଲେଖକ ମାନଙ୍କୁ ଉତ୍ସାହିତ କରିଥିଲେ।
ବିଶେଷ କରି ସମସ୍ତ ଅତିଥି ବୃନ୍ଦ, ମଣିଷର କଥା, ମାଟିର କଥା, ସମାଜର କଥା, ଅନୀତିର କଥା, ଅନ୍ୟାୟର କଥା ଲେଖିବା ପାଇଁ କବି ମାନଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଶ୍ରୀ ଯୁକ୍ତ ପ୍ରଭାତ କୁମାର ସାହୁ ଓ ଶ୍ରୀମାନ ସଂଗ୍ରାମ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031