Indus Valley Times

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଜିଲ୍ଲାରେ ୯୭.୩୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

 Breaking News

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଜିଲ୍ଲାରେ ୯୭.୩୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଜିଲ୍ଲାରେ ୯୭.୩୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ
May 02
21:14 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨/୫: ଆଜି ମାଟ୍ରିକ ତଥା ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ତେବେ ଜିଲ୍ଲାରେ ପାସ ହାର ୯୭.୩୧ ପ୍ରତିଶତ ରହିଛି ।
ଖୋର୍ଦ୍ଧା ଶିକ୍ଷା ଜିଲ୍ଲାରେ ୩୩୮ ବିଦ୍ୟାଳୟର ୨୬,୯୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ନାମ ପଞ୍ଜିକରଣ କରିଥିଲେ । ୨୩୦ ଜଣ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ଥିଲେ ।
ତେବେ ଆଜି ୨୫୯୫୯ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। କିନ୍ତୁ ଏ ୧ ଗ୍ରେଡ୍ର ଚଳିତ ଥର ଭଲ ପ୍ରଦର୍ଶନ ହୋଇନାହେଁ । ଚଳିତ ବର୍ଷ କେବଳ ୧୭୫ ଜଣ ଏ-୧ ପାଇଛନ୍ତି । ୭୯୨ ଜଣ ଏ-୨ ଗ୍ରେଡ୍ର ପାସ୍ କରିଛନ୍ତି ବୋଲି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ସେହିପରି ବି-୧ ରେ ୨୨୪୭, ବି-୨ ରେ ୪୭୮୦, ସି ଗ୍ରେଡ୍ର ୭୨୦୦, ଡି ଗ୍ରେଡରେ ୭୧୮୪, ଇ ଗ୍ରେଡରେ ୩୫୮୧ ଜଣ ପାସ୍ କରିଥିବା ବେଳେ ୭୧୮ ଜଣ ଏଫ୍ ଗ୍ରେଡ୍ ପାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031