Indus Valley Times

‘ମାନିକେ ମାଗେ ହିଥେ’ ଗୀତ ଗାଇ ଚର୍ଚ୍ଚାରେ ରାନୁ ମଣ୍ଡଳ

 Breaking News

‘ମାନିକେ ମାଗେ ହିଥେ’ ଗୀତ ଗାଇ ଚର୍ଚ୍ଚାରେ ରାନୁ ମଣ୍ଡଳ

September 30
11:31 2021

ମୁମ୍ବାଇ ୩୦/୯ : ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା ହେ ଗାଇ ଇଣ୍ଟରନେଟ ସେନସେସନ ପାଲଟିଥିଲେ। ଏହି ଗୀତ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲେ ଏବଂ ରାତିସାରା ସେ ଚର୍ଚ୍ଚାକୁ ଆସିଥିଲେ ।
ତାଙ୍କୁ ଖୁବ୍ ଶୀଘ୍ର ମୁମ୍ବାଇର ଏକ ରିଆଲିଟି ସୋକୁ ନିମନ୍ତ୍ରଣ କରାଯାଇଥିଲା । ସୌଭାଗ୍ୟବଶତଃ ଶୋ’ରେ ଜଜ୍ ଭାବେ ଉପସ୍ଥିତ ଥିବା ହିମେଶ ରେଶମିଆ, ରାନୁଙ୍କ ଗୀତର ଦକ୍ଷତାକୁ ତାଙ୍କୁ ତାଙ୍କ ଫିଲ୍ମ ହାପି ହାର୍ଡି ଏବଂ ହେର୍ ପାଇଁ ଗୀତ ଗାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ନିଜ ଅନ୍ଦାଜ ଶୈଳୀ ସ୍ୱର ପାଇଁ ଦର୍ଶକଙ୍କ ଲୋକପ୍ରିୟ ହୋଇଥିବା ରାନୁ ମଣ୍ଡଳ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ରାନୁ ମଣ୍ଡଳ ପୁଣି ଥରେ ଏକ ଗୀତ ଗାଇଛନ୍ତି । ତେବେ ଏଥର ରାନୁ ଗାଇଛନ୍ତି ଭାଇରାଲ ହୋଇଥିବା ସିଂହଳୀ ଗୀତ ମାନିକେ ମାଗେ ହିଥେ । ୟୋହାନୀଙ୍କ ଏହି ଗୀତକୁ ରାନୁ ମଣ୍ଡଳ ଗାଇଥିବା ବେଳେ ୟୁଟ୍ୟୁବରେ ଦର୍ଶକ ଏହାକୁ ବେଶ ପ୍ରଶଂସା କରିଛନ୍ତି । ୟ୍ୟୁଟ୍ୟୁବର ରୋନ୍ଧାନ ପରିଚୟଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓଟି ଆସିଥିଲା । ୟୋହାନୀଙ୍କ ଏହି ଭିଡିଓକୁ ୩ ମାସରେ ୯୧ ମିଲିୟନ ଦର୍ଶକ ଦେଖିଥିବା ବେଳେ ରାନୁ ମଣ୍ଡଳଙ୍କ ଏହି ଭିଡିଓକୁ ପ୍ରାୟ ୫୪ ହଜାର ଲୋକ ଦେଖି ସାରିଲେଣି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଯାଏଁ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ । ଅତିନ୍ଦ୍ର ରାନୁଙ୍କ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ମାତ୍ର କିଛି ଦିନ ମଧ୍ୟରେ ଏହାକୁ ୨୫ ଲକ୍ଷ ଲୋକ ଦେଖିଥିଲେ ।
ଏହାପରେ ରାନୁଙ୍କୁ ମୁମ୍ବାଇରେ ଏକ ରିୟଲିଟି ଶୋରେ ହିମେଶ ରେଶମିୟା ରାନୁଙ୍କୁ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି । ଏପରିକି ଏହାପରେ ରାନୁ ହିମେଶ ରେଶମିୟାଙ୍କ ଫିଲ୍ମ ତେରି ମେରୀ କାହାନୀ ସମେତ ଆଦତ ଓ ହାପି ହାର୍ଡି ଆଣ୍ଡ ହିରରେ ଗୀତ ଗାଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031