Indus Valley Times

ମାଲକାନଗିରିରେ ଉଡିବ ବିମାନ, ୩୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏୟାରଷ୍ଟ୍ରିପ୍

 Breaking News

ମାଲକାନଗିରିରେ ଉଡିବ ବିମାନ, ୩୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏୟାରଷ୍ଟ୍ରିପ୍

ମାଲକାନଗିରିରେ ଉଡିବ ବିମାନ, ୩୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏୟାରଷ୍ଟ୍ରିପ୍
October 14
12:16 2022

ମାଲକାନଗିରି,୧୪/୧୦: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଉଡିବ ବିମାନ । ଏନେଇ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇଛି। ୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୦୬ ମସିହାରୁ ଯଦିଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଗତ ୧୨ତାରିଖଠାରୁ ଏହି କାର‌୍ୟ୍ୟ ଆରମ୍ଭ ହୋଇଛି। ୨୦୨୩ ମସିହା ଡିସେମ୍ବରରେ କାର‌୍ୟ୍ୟ ସରିବାର ଅବଧି ରହିଛି। ଯାହାକୁ ନେଇ ମାଲକାନଗିରିବାସୀ ବେଶ୍ ଖୁସି ଅଛନ୍ତି।
ଅନ୍ୟପକ୍ଷେ, ନିର୍ମାଣ ହେବାକୁ ଥିବା ଏୟାରଷ୍ଟ୍ରିପ୍ରେ ଏବେ ବି ଜନବସତି ଥିବାବେଳେ ଲୋକେ ଚାଷବାସ କରି ଚାଲିଛନ୍ତି। ଫଳରେ ଠିକା ସଂସ୍ଥାକୁ କାର‌୍ୟ୍ୟ କରିବାରେ ଅସୁବିଧା ହେଉଛି। ସେପଟେ ତୁରନ୍ତ ଏନେଇ ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
୨୦୦୬ ମସିହାରେ ଏୟାରଷ୍ଟ୍ରିପ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଜମି ଅଧିଗ୍ରହଣ ଓ ବିସ୍ଥାପିତଙ୍କୁ ଥଇଥାନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇପାରୁନଥିଲା। ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଏୟାରଷ୍ଟ୍ରିପ୍ ନିର୍ମାଣ କାମ ଆରମ୍ଭ ହୋଇଛି। ତାରାତାରିଣୀ ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଛି।ଏବେ ଜଙ୍ଗଲ ସଫା କାମ ଚାଲିଛି।
୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ହେବ। ଏଥିରେ ଜଙ୍ଗଲ ଜମି, ସରକାରୀ ଏବଂ ବ୍ୟକ୍ତିଗତ ଜମି ଥିବାବେଳେ ଏହି ଜମି ଗୁଡ଼ିକ ଅଧିଗ୍ରହଣ ହୋଇସାରିଛି। ପ୍ରାୟ ୨୨ ଶହ ଗଛ ଚିହ୍ନଟ କରାଯାଇ ସେଗୁଡିକୁ କଟା ମଧ୍ୟ ଯାଉଛି। କାମ ଆରମ୍ଭ ହୋଇସାରିଥିବାରୁ ଜିଲ୍ଲାବାସୀ ବେଶ ଖୁସ୍ ଅଛନ୍ତି। ଅନ୍ୟପକ୍ଷେ, ଏୟାରଷ୍ଟ୍ରିପ୍ ଅଞ୍ଚଳରେ ଥିବା ଜମି ଗୁଡ଼ିକରେ ଏବେ ବି ଫସଲ ଲଗାଯାଇଛି। ଫଳରେ ଠିକା ସଂସ୍ଥା ତା’ର କାର‌୍ୟ୍ୟକୁ ତ୍ୱରାନ୍ୱିତ କରିପାରୁନି। ଏନେଇ ଠିକା ସଂସ୍ଥା ଅସନ୍ତୋଷ ପ୍ରକାଶ କରିଛି। ଯଦି ପ୍ରଶାସନ ଏ ଦିଗରେ ସହଯୋଗ ନ କରେ ତେବେ ଠିକ୍ ଅବଧି ସମୟରେ କାର‌୍ୟ୍ୟ ଶେଷ ହେବା ନେଇ ସନ୍ଦେହ ଉପୁଜିଛି। ସେପଟେ ଏସବୁ ବିଷୟରେ ଆଲୋଚନା କରାଯାଇଛି। ଖୁବ୍ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଠିକା ସଂସ୍ଥା ଓ ପ୍ରଶାସନ ମଧ୍ୟରେ ତାଳମେଳ ରହିଲେ ଖୁବ୍ଶୀଘ୍ର ମାଲକାନଗିରିବାସୀ ବିମାନ ସେବା ପାଇପାରିବେ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031