Indus Valley Times

ମାଲକାନଗିରି ଜିଲ୍ଲାର ଉନ୍ନତି ଲାଗି ବ୍ୟାପକ ଜନସେଚତନତା ଆବଶ୍ୟକ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ

 Breaking News

ମାଲକାନଗିରି ଜିଲ୍ଲାର ଉନ୍ନତି ଲାଗି ବ୍ୟାପକ ଜନସେଚତନତା ଆବଶ୍ୟକ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ

December 31
19:40 2021


ମାଲକାନଗିରି, ୩୧/୧୨: ମାଲକାନଗିରି ଜିଲ୍ଲା ରାଜ୍ୟର ଅନ୍ୟାନ୍ୟ ତୁଳନାରେ ଅନଗ୍ରସର ଓ ପଛୁଆ ରହିଛି । ଏହି ଜିଲ୍ଲାରେ ଲୋକମାନଙ୍କର ଆର୍ଥିକ ସ୍ଥିତି ବେଶ୍ ଚିନ୍ତାଜନକ । କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅଚଂଳର ଆର୍ଥିକ ବିକାଶ ଲାଗି ଅନେକ ନୀତି ଓ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହା ସେଭଳି ଆଖିଦୃଶିଆ ପ୍ରଗତି କରିପାରି ନାହିଁ ବୋଲି ବିଶିଷ୍ଟ ବ୍ୟକ୍ତି ବିଶେଷ ଏଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ମତବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ଏସଏଲ୍‌ଏନଡିଏସ ସମ୍ମିଳନ୍ନୀ କକ୍ଷରେ ବରିଷ୍ଠ ସାମ୍ବାଦିକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତରେ ଅନୁଷ୍ଠିତ ତଥା ନୂଆଦିଲ୍ଲୀର ସେଟଂର ଫର ସୋସିଓ-ଇକୋନୋମିକ୍ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ଏହି ଆଲୋଚନା ଏକ ଭିନ୍ନ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଉପସ୍ଥିତ ଅଶଂଗ୍ରହଣକାରୀମାନେ ଜିଲ୍ଲାର ଦାରିଦ୍ର‌୍ୟ ସମ୍ପର୍କରେ ସୁବିସ୍‌ୃତ ଆଲୋଚନା କରିଥିଲେ । ନୀତି ଆୟୋଗ ଦ୍ୱାରା ନିକଟରେ ପ୍ରକାଶିତ ବହୁବିଧ ଦାରିଦ୍ର‌୍ୟ ସୁଚକାଙ୍କ ରିପୋର୍ଟର ମାଲକାନଗିରିରେ ୫୮ ଦଶମିକ ୭୧ ପ୍ରତିଶତ ଲୋକ ଦାରିଦ୍ର‌୍ୟ ଭିତରେ ରହିବା ନେଇ ବେଶ୍ ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥି ସହିତ ମାଲକାନଗିରିର ଦାରିଦ୍ର‌୍ୟର କାରଣ ଓ ନିରାକରଣ ସମ୍ପର୍କରେ ନିଜନିଜର ବହୁମୂଲ୍ୟ ମତମତ ରଖିଥିଲେ ।
ନୀତି ଆୟୋଗ ଦାରିଦ୍ର‌୍ୟ ସୂଚକାଙ୍କ ଅନୁସାରେ ଓଡ଼ିଶାର ସାମଗ୍ରିକ ଦାରିଦ୍ର‌୍ୟ ହାର ୨୯ଦଶମିକ ୩୫ ଥିଲାବେଳେ ନବରଙ୍ଗପୁର ଦାରିଦ୍ର‌୍ୟ ହାର ୫୯ଦଶମିକ ୩୨ ପ୍ରତିଶତ, ମାଲକାନାଗିର ଦାରିଦ୍ର ହାର ୫୮ଦଶମିକ ୭୧ପ୍ରତିଶତ, କୋରାପୁଟ ଦାରିଦ୍ୟ୍ର ହାର ୫୧ଦଶମିକ ୪ପ୍ରତିଶତ ଓ ରାୟଗଡ଼ରେ ୪୮ଦଶମିକ ୧୪ପ୍ରତିଶତ ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଦାରିଦ୍ର‌୍ୟ ହାର ବିହାର ରାଜ୍ୟର ଦାରିଦ୍ର‌୍ୟ ହାର ୫୧ ଦଶମିକ ୯୧ ଠାରୁ ଢେର ଅଧିକ ବିଡମ୍ବନାର ବିଷୟ ବୋଲି ସେଂଟର ଫର ସୋସିଓ-ଇକୋନୋମିକ (ସିଏସଇଏସ)ର ଜାତୀୟ ପରାମର୍ଶଦାତା ଅକ୍ଷୟ କୁମାର ସାହୁ ମତବ୍ୟକ୍ତ କରିଥିଲେ ।
ନୀତି ଆୟୋଗ ରିପୋର୍ଟ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଅନୁମେୟ ହେଉଛି ଯେ ମାଲକାନଗିରି ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରଗତ ିଓ ବିକାଶର କାର୍ଯ୍ୟାନୁଷ୍ଟାନରେ କେଉଁଁଠି ତୃଟି ଓ ବିଚ୍ୟୁତି ରହିଯାଇଛି । ଏହି ତୃଟି ଓ ବିଚ୍ୟୁତିକୁ ତୁରନ୍ତ ସୁଧାର କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାହୁ କହିଥିଲେ ।
ଏହ ିବୈଠକରେ ଯୋଗ ଦେଇ ବିଶିଷ୍ଟ ସାମାଜିକ କର୍ମୀ ଡକ୍ଟର ରାମଚନ୍ଦ୍ର ବେହେରା କହିଲେ ଯେ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏବେ ବି ଏକ ଫୋକସ୍ ଏରିଆ ହୋଇପାରିନାହିଁ । ଏହି ଅଚଂଳର ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି ।
ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ ଅଂଚଳର ବିଭିନ୍ନ ଖଣିଜ ସମ୍ପଦ ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରି ରହିଥିଲେ ମଧ୍ୟ ସେଗୁଡିକର ସୁବିନିଯୋଗ କରାଯାଇ ପାରୁନାହିଁ । ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଯୋଗ୍ୟତା ଓ ଦକ୍ଷତା ଅନୁସାରେ ସରକାର ସେମାନଙ୍କ ପାଇଁକର୍ମ ନିଯୁକ୍ତି ସୃଷ୍ଟିକରି ପାରିଲେ ଅଧିକାଶଂ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତେ ନାହିଁ । ସେମାନେ ନିଯୁକ୍ତିଦାତାଙ୍କ ଦ୍ୱାରା ଶୋଷଣର ଶୀକାର ହୁଅନ୍ତେ ନାହିଁ ବୋଲି ଶ୍ରୀ ବେହେରା କହିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ସାମ୍ବାଦିକ ଦେବ ପ୍ରସାଦ ଦାଶ, ଗୋପି ପଟ୍ଟନାୟକ, ଅଜୁଂ ଧର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ନାରୟଣ ମଲ୍ଲ, ରବିନ୍ଦ୍ର ମହାରଣା, ସୁରେଶ ଚନ୍ଦ୍ର ମଲ୍ଲିକ୍ ଓ ନିରଜଂନ ମଲ୍ଲ ପ୍ରମୂଖ ବ୍ୟକ୍ତି କହିଲେ ଯେ ଯଦି ସରକାର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ପରାମର୍ଶ କରି ଶାସନ ଖସଡା ପ୍ରସ୍ତୁତି ିକରିବାର ସହିତ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ସେମାନଙ୍କ ସହାୟତା ନିଅନ୍ତି, ତେବେ ଅଧିକାଂଶ ଯୋଜନା ଗୁଡିକ ଅଧିକାଂଶ ଲୋକାଭିମୁଖୀ ôହେବା ସହିତ ପ୍ରଭବୀ ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇପାରନ୍ତା । .
ପ୍ରଶାସନିକ ଅଧିକାରୀମାନେ ନିରନ୍ତର ଭାବରେ ଜନପ୍ରତିନିଧିମାନଙ୍କ ସହିତତ୍ତସମ୍ପର୍କ ରକ୍ଷା କରିବା ପାଇଁ ଆନ୍ତରିକତା ସହିତ ନିଷ୍ଟାର ସହିତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବହୁ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ ।
ମାଲକାନଗିରି ଅଚଂଳର ବିକାଶ ପ୍ରକ୍ରିିୟା ପାଇଁ ଅନେକ ଗୁଡାଏ ଯୋଜନା କାର୍ଯ୍ୟକାରୀ ହେଉଛି । ଅପରନ୍ତୁଏହି ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସଫଳ କାର୍ଯ୍ୟକାରୀତା ନେଇ ମୂଲ୍ୟାଙ୍କନ ହେବାର ଆବଶ୍ୟକତା ରହିଛି । ପ୍ରଶାସନିକ ଅଧୀକାରୀମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାର ମଧ୍ୟ ନିୟମିତ ସମୀକ୍ଷା କରାଯାଇ ପାରିଲେ ଲୋକମାନେ ଅଧିକ ସୁଫଳ ପାଇବେ ବୋଲି ଏହି ଆଲୋଚନାରେ ମତପ୍ରକାଶ ପାଇଥିଲା ।
ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତିନିଧିଗଣ ମାଲକାନଗିରି ଜିଳ୍ଲାର ବିଭିନ ୍ନସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରି ବିକାଶମୂଳକ ଲେଖା ପ୍ରକାଶିତ କଲେ ତାହା ସରକାରଙ୍କୁ ସଚେତନ କରାଇବା ସହିତ ବିଭିନ ୍ନଯୋଜନାର ରୂପରେଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇପାରିବ ବୋଲି ଅନେକ ଅଂଶଗ୍ରହଣକାରୀ ନିଜର ମତ ରଖିଥିଲେ ।
ଆଗାମୀ ଦିନରେ ସିଏସ୍‌ଇଏସ୍ ଦ୍ୱାରା କୋରାପୁଟ ଜିଲ୍ଲାର ଦାରିଦ୍ର‌୍ୟ ଉପରେ ଏକ ବଡଧରଣର ଆଲୋଚନା କରାଯିବା ବୋଲି ଏହାର ପରାମର୍ଶଦାତା ଅକ୍ଷୟ କୁମାର ସାହୁ ସୂଚନା ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031