Indus Valley Times

ମାଲକାନଗିରି :ଭାଜପା ନେତାଙ୍କୁ ହତ୍ୟା କଲେ ମାଓବାଦୀ

 Breaking News

ମାଲକାନଗିରି :ଭାଜପା ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି :ଭାଜପା ନେତାଙ୍କୁ ହତ୍ୟା କଲେ ମାଓବାଦୀ
February 05
19:30 2023

ମାଲକାନଗିରି,୫/୨: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ରବିବାର ପୁଣି ହିଂସାକାଣ୍ଡ ଘଟାଇଛନ୍ତ। ମାଓବାଦୀମାନେ ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି।
ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ନୀଲକାନ୍ତ କାକେମ। ଦୀର୍ଘ ୧୫ ବର୍ଷ ଧରି ଉସୁର ମଣ୍ଡଳର ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ଥିଲେ ନୀଲକାନ୍ତ କାକେମ।
ନୀଲକାନ୍ତ ତାଙ୍କ ଶାଳିଙ୍କ ବିବାହ ପ୍ରସ୍ତୁତି ପାଇଁ ନିଜ ପରିବାର ବର୍ଗଙ୍କ ସହିତ ପଙ୍କାରମ ଗାଁକୁ ଯାଇଥିଲେ। ସେଠାରେ ମାଓବାଦୀମାନେ ପହଞ୍ଚି ଯାଇଥିଲେ। କିଛି ବୁଝିବା ଆଗରୁ ମାଓବାଦୀମାନେ ଛୁରୀ ଓ କୁରାଢିରେ ତାଙ୍କୁ ଆକ୍ରମଣ କରିଥିଲେ।
ପରିବାର ଏହା ଜାଣିପାରି ପ୍ରତିବାଦ କରିଥିଲେ ବି କିଛି ଶୁଣିନଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଦେଖିବା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031