Indus Valley Times

ମାଲକାନଗିରି : ମାର୍ଚ୍ଚ ୨୩ରୁ ୩୧ତାରିଖ ଯାଏ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

 Breaking News

ମାଲକାନଗିରି : ମାର୍ଚ୍ଚ ୨୩ରୁ ୩୧ତାରିଖ ଯାଏ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

March 22
19:39 2021

ମାଲକାନଗିରି, ୨୨/୩:ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୩ ତାରିଖ ରାତିରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ରାତି ୯ଟାରୁ ସକାଳ ୬ଟା କର୍ଫ୍ୟୁ ବଳବତ୍ତର ରହିବ ।
ମାଲକାନଗିରିରେ ପ୍ରସିଦ୍ଧ ଗଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବିପୁଳ ଜନସମାଗମ ହେଉଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଅଳ୍ପ ସଂଖ୍ୟକ ଲୋକରେ କୋଭିଡ୍ କଟକଣା ମାନ ଗଡ଼ ଯାତ୍ରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏପରିକି ଯାତ୍ରାରେ ମଳାକୁ ବାରଣ କରାଯାଇଛି । ଫଳରେ ମୀନା ବଜାର ଲାଗିବ ନାହିଁ ।
ଏବେ ମାଲକାନଗିରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି । ମାର୍ଚ୍ଚ ୪ ତାରିଖରେ ଜିଲ୍ଲାରେ ଶେଷଥର ଲାଗି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼କୁ ଦେଖି ମାଲକାନଗିରି ଜିଲ୍ଲା ପ୍ରଶାସନ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031