Indus Valley Times

ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ

 Breaking News

ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ

August 30
19:39 2022

କଟକ,୩୦/୮: ସାଂସଦ ଅନୁଭବ ମହାନ୍ତି-ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଏବେ ନୂଆ ମୋଡ଼ ଆସିଛି। ଏବେ ବର୍ଷାଙ୍କୁ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡ଼ିବାକୁ ପଡ଼ିବ। ସୂଚନା ଅନୁସାରେ ଅନୁଭବଙ୍କ ଏକ ପିଟିସନ୍ ଉପରେ ବର୍ଷାଙ୍କୁ ଶାଶୁଘର ଛାଡ଼ିବାକୁ ଏସ୍ଡିଜେଏମ୍ କୋର୍ଟ ଦେଇଥିବା ରାୟ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟରେ କାଏମ ରହିଛି।
ଏସଡିଜିଏମ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବର୍ଷା କଟକ ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ। ମାତ୍ର ଏହି ଆବେଦନର ବିଚାର କରି ଏହାକୁ ଖାରଜ କରିଦେଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ ।
ଫଳରେ ଅନୁଭବଙ୍କ ପୈତୃକ ଘର ବର୍ଷାଙ୍କୁ ଛାଡ଼ିବାକୁ ପଡ଼ିବ। ମୋଟାମୋଟି ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ନେଇ ଜଣାଇବାରୁ ମାମଲାର ଅନ୍ତ ଘଟିଛି। ମାସକ ମଧ୍ୟରେ ଶାଶୁଘର ଛାଡ଼ିବାକୁ ବର୍ଷା କୋର୍ଟରେ ଜଣାଇଛନ୍ତି।
ତେଣେ ହାଇକୋର୍ଟରେ ଅଭିନେତ୍ରୀ ବର୍ଷା- ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପାଇଁ କୋର୍ଟ କହିଛନ୍ତି । କଟକ ଫ୍ୟାମିଲି କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ
ସୂଚନା ଥାଉକି, କଟକ ପରିବାର ଅଦାଲତରେ ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ସାକ୍ଷ୍ୟ ଦେବା ନିମନ୍ତେ ଅନୁଭବ ମହାନ୍ତି ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ ।
ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏହି ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା । ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହେବାକୁ ଥିବା ବେଳେ ମାମଲାଟି ଜଣିକିଆ ଖଣ୍ଡପୀଠରେ ହେବ ବୋଲି ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଛାଡପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଗତ ଅଗଷ୍ଟ ୧୦ ତାରିଖରେ ହେବା ନେଇ ପରିବାର ଅଦାଲତ ଧାର‌୍ୟ୍ୟ କରିଥିଲେ ।
ସୂଚନା ଅନୁଯାୟୀ, ଗତ ୨୨ ମଇ ମାସ ୨୦୨୨ରେ ବର୍ଷା ଅନୁଭବଙ୍କ ନାଁରେ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଅନୁଭବ ଲଗାତର ୨ ଥର ସୋସିଆଲ ମିଡିଆରେ ଅଧଘଣ୍ଟାରୁ ଅଧିକ ସମୟ ଭିଡିଓ ଅପଲୋଡ କରି ବର୍ଷାଙ୍କ ବିଷୟରେ କହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031