Indus Valley Times

ମା ମାହେଶ୍ୱରୀଙ୍କ ପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

 Breaking News

ମା ମାହେଶ୍ୱରୀଙ୍କ ପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ମା ମାହେଶ୍ୱରୀଙ୍କ ପୀଠରେ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ
September 25
20:33 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୯ : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମରେ ପୂଜା ପାଉଥିବା ମା ମାହେଶ୍ୱରୀଙ୍କ ମନ୍ଦିରରେ ଷୋହଳ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଗରୁଡଧ୍ୱଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡୁମ୍ବାଳ ସମାଜର ଇଷ୍ଟଦେବୀ ଭାବରେ ପୂଜା ପାଉଥିବା ମା ମାହେଶ୍ୱରୀଙ୍କ ଷୋହଳ ପୂଜା ଚଳିତବର୍ଷ ଆଡମ୍ବର ସହକାରେ ଓ ଶୃଙ୍ଖଳାର ସହିତ ପାଳନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ପ୍ରସ୍ତୁତି ବୈଠକରେ ବୌଦ୍ଧ ସହର ସମେତ ୧୯ ଖଣ୍ଡ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ଓ ସମ୍ପାଦକମାନେ ଯୋଗଦେଇ ଥିଲେ । । ପ୍ରତ୍ୟେକ ଡୁମ୍ବାଳ ପରିବାରୁ କିଛି ଆର୍ଥିକ ସହଯୋଗ ଯୋଗାଇଦେବା ସହିତ ଷୋହଳ ପୂଜାରେ ପ୍ରତ୍ୟେକ ପରିବାରରୁ ଜଣେ ଲେଖାଏଁ ସଦସ୍ୟ ସାମିଲ ହୋଇ ସେବା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରସ୍ତୁତି ବୈଠକକୁ ବାମଣ୍ଡା କେନ୍ଦ୍ର ସମ୍ପାଦକ କୈଳାଶ ବିଶି ପରିଚାଳନା କରିଥିଲେ ।
କ୍ରସର ବନ୍ଦ କୁ ଜିଲା ପ୍ରଶାସନର ମୋହର, ଆଉ ହେବନାହିଁ ବ୍ଳାଷ୍ଟିଙ୍ଗ
ବୌଦ୍ଧ,୨୫/୯: ବୌଦ୍ଧ ଜିଲା ହରଭଂଗା ବ୍ଳକର ଖରଭୂଇଁ ଅଂଚଳରେ ରହିଥିବା ସମସ୍ତ କ୍ରସର ଗୁଡିକ ସବୁଦିନ ପାଇଁ ବନ୍ଦ କରାଯିବା ସହ ସମସ୍ତ ପଥର କ୍ୱାରୀ ଲିଜ ବାତିଲ କରାଯିବା ନେଇ ଜିଲା ପ୍ରଶାସନ ସହମତି ପ୍ରକାଶ କରିଛି । ଏହା ସହ କ୍ରସର ଗୁଡିକରେ ଜମା ହୋଇ ରହିଥିବା ପଥର ଓ ମେଟାଲ ସବୁ ଆଗାମୀ ଏକ ମାସ ମଧ୍ୟରେ ଅନ୍ୟ ଅଂଚଳକୁ ପରିବହନ କରାଯିବାକୁ ସମସ୍ତ ପକ୍ଷ ରାଜି ହୋଇଛନ୍ତି ।
ଦିର୍ଘ ତିନି ମାସ ହେଲା ଚାଲିଥିବା କ୍ରସର ବନ୍ଦ ଆନ୍ଦୋଳନ ଓ ଆନ୍ଦୋଳନକାରୀମାନଙ୍କ କଥା ପ୍ରଶାସନ ରଖିଥିବାରୁ ଗ୍ରାମବାସୀମାନେ ଖୁସିପ୍ରକାଶ କରିବା ସହ ପ୍ରଶାସନ ଓ ଜିଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ କ୍ରସର ବନ୍ଦ ଆନ୍ଦୋଳନ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଏସ୍‌ପି , ଉପଜିଲାପାଳ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷ, ୯ନଂ ଜିଲ୍ଲାପରିଷଦ ସଭ୍ୟ, କ୍ରସର ମାଲିକ, ଗ୍ରାମବାସୀ, ମା ବୁଢିଠାକୁରାଣୀ ମଂଚ ସଭାପତି ,ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତାମାନେ ସାମିଲ ହୋଇଥିଲେ । ଦିର୍ଘ ସମୟର ଆଲୋଚନା ପରେ ସମସ୍ତଙ୍କ ସହମତିରେ ସମସ୍ତ କ୍ରସର ବନ୍ଦ , ପଥର କ୍ୱାରୀ ଲିଜ ବାତିଲ ଏବଂ ଅନ୍ୟାନ୍ୟ ନିଷ୍ପତି ନେଇ ଜିଲାପାଳ ଘୋଷଣା କରିଥିଲେ ।
ମହୁ ସଂଗ୍ରହ ପାଇଁ ଯାଇଥିବା ଯୁବକର ମୃତ ଦେହ ଉଦ୍ଧାର
ବୌଦ୍ଧ,୨୫/୯: ବୌଦ୍ଧ ଆଦର୍ଶଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଟକରପଡା ଗ୍ରାମ ପଞ୍ଚାୟତ ଭେଜିପଦର ଗ୍ରାମର ଜଣେ ଯୁବକ ଗତକାଲି ରାତ୍ରିରେ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଏକ ଗଛତଳେ ତାଙ୍କର ମୃତ ଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ ଭେଜିପଦର ଗ୍ରାମର ରତ୍ନାକର ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକ(୩୫) ଗତ ଶୁକ୍ରବାର ସନ୍ଧ୍ୟାରେ ମହୁ ସଂଗ୍ରହ କରିବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଗୋଟିଏ ଗଛରେ ଚଢି ମହୁ ସଂଗ୍ରହ କରୁଥିବାବେଳେ ଅସାବଧାନତା
ବଶତଃ ଖସିପଡିବା କିମ୍ବା ମହୁ ମାଛିଙ୍କ ଆକ୍ରମଣ ଯୋଗୁଁ ଗଛରୁ ପଡିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ତେବେ ପରିବାରଲୋକ ଏହି ଘଟଣା ସଂପର୍କରେ ସୂଚନା ପାଇବା ପରେ ଗତକାଲି ରାତ୍ରିରେ ସେଠାରେ ପହଞ୍ଚିବା ପୂର୍ବରୁ ପ୍ରଦୀପଙ୍କ ମୃତ୍ୟୁ ହୋଇସାରିଥିଲା । ଏ ସଂପର୍କରେ ସୂଚନା ପାଇ ବଘିଆପଡା ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଆମ୍ବୁଲାନସ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031