Indus Valley Times

ମା’ ହେଲେ ଟିଏମସି ସାଂସଦ ନୁସରତ ଜହାଁ, ଜନ୍ମ ଦେଲେ ପୁତ୍ର ସନ୍ତାନ

 Breaking News

ମା’ ହେଲେ ଟିଏମସି ସାଂସଦ ନୁସରତ ଜହାଁ, ଜନ୍ମ ଦେଲେ ପୁତ୍ର ସନ୍ତାନ

ମା’ ହେଲେ ଟିଏମସି ସାଂସଦ ନୁସରତ ଜହାଁ, ଜନ୍ମ ଦେଲେ ପୁତ୍ର ସନ୍ତାନ
August 26
15:41 2021

କୋଲକାତା ୨୬/୮ : ବଙ୍ଗାଳି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ ଗତ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନୁସରତ ମା’ ହୋଇଯାଇଛନ୍ତି। ବୁଧବାର ଦିନ ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୁରୁବାର ସକାଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
ନୁସରତ ଗୁରୁବାର ସକାଳୁ ହସ୍ପିଟାଲରୁ ଏକ ଫଟୋ ସେୟାର କରିଥିଲେ ଓ ନିଜ ପାଇଁ ସକାରାତ୍ମକ କଥା କହିଥିଲେ। ଫଟୋ ସେୟାର କରି କ୍ୟାପ୍ସନରେ ସେ ଲେଖିଥିଲେ, ‘ଡର ଆଗରେ ଭରସା. #positivity #morningvibes’ ଏହା ସହ ସେ ଏକ ହାର୍ଟ ଇମୋଜୀ ମଧ୍ୟ ସେୟାର କରିଥିଲେ।
ହସ୍ପିଟାଲ ସୂତ୍ର ଅନୁଯାୟୀ ମା’-ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଶିଶୁର ଓଜନ ୨.୯ କିଲୋଗ୍ରାମ ଅଛି। ଡାକ୍ତର ଉଭୟ ମା’ ଓ ଶିଶୁର ଯତ୍ନ ନେଉଛନ୍ତି। ଖୁବ ଶୀଘ୍ର ତାଙ୍କୁ କ୍ୟାବିନକୁ ସ୍ଥାନାନ୍ତର କରାଯିବ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930