Indus Valley Times

ମିଥ୍ୟା ବିରୁଦ୍ଧରେ ସତ୍ୟର ଲଢେଇକୁ ସାମାଜିକ ଗଣ ମାଧ୍ୟମ ଜରିଆରେ ତ୍ୱରାନ୍ୱିତ କରିବ ବିଜେଡି

 Breaking News

ମିଥ୍ୟା ବିରୁଦ୍ଧରେ ସତ୍ୟର ଲଢେଇକୁ ସାମାଜିକ ଗଣ ମାଧ୍ୟମ ଜରିଆରେ ତ୍ୱରାନ୍ୱିତ କରିବ ବିଜେଡି

October 09
19:17 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୯/୧୦ : ଆଜି ବିଜୁ ଜନତାଦଳ ହରଭଙ୍ଗା ବ୍ଲକ କମିଟି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ନବୀନ ବାବୁଙ୍କ ନୀତି ଆଦର୍ଶ ତଥା ଦଳର ଅଭିମୁଖ୍ୟକୁ ସ୍ପଷ୍ଟ ଭାବରେ ଭୟଶୁନ୍ୟ ହୋଇ ଉପସ୍ଥାପନା କରିବା ପାଇଁ ଏକ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ପଙ୍କଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବରିଷ୍ଠ ନେତୃତ୍ୱ ସୀତାରାମ ଅଗ୍ରୱାଲ ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଜିଲ୍ଲା ସାମାଜିକ ଗଣମାଧ୍ୟମ କୋର୍ଡିନେଟର ଅବକାଶ ସାହୁ ସରପଞ୍ଚ ଅଶୋକ ସେଠି ନିହାର ଘୋଷ ପ୍ରମୁଖ ନିଜ ନିଜ ଅଭିଭାଷଣରେ ବିଜେପି ର ମିଛ ପ୍ରତିଶୃତି ମିଥ୍ୟ ପ୍ରତାରଣା ବିରୁଦ୍ଧରେ ସତ୍ୟର ପ୍ରଚାର ତଥା ଦୁର୍ନୀତି ବିରୁଦ୍ଧରେ ବେସାଲିଶ ସଂଗ୍ରାମ କରି ସତ୍ୟର ଉଜ୍ଜୀବିତ ସାମାଜିକ ଗଣ ମାଧ୍ୟମ ଜରିଆରେ କରିବା ପାଇଁ ଶପଥ ଗ୍ରହଣ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଗରୁଡ଼ ପ୍ରଧାନ ନିକୁଞ୍ଜ ବେହେରା ସୁଜ୍ଞାନ କର୍ଣ୍ଣ ସଞ୍ଜୟ ଦେହୁରୀ ରଜତ ଦାସ ସଂଜୀବ ପ୍ରଧାନ ଅଜିତ କୁଡେ଼ଇ ଦିଲୁପ ସାମଲ ବାସୁଦେବ ଦେହୁରୀ ମକରଧ୍ଵଜ ମେହେର କାର୍ତ୍ତିକ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ୧୫୦ରୁ ଉର୍ଦ୍ଧ କର୍ମୀ ଆଜିର ସମ୍ମିଳନୀ ରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031