Indus Valley Times

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ

 Breaking News

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ
June 17
16:45 2022

କେନ୍ଦୁଝର, ୧୭/୬: ‘ମୋ ଝିଅ ନାବାଳିକା। ସେ ୧୭ ଦିନ ହେଲା ନିଖୋଜ ଅଛି। କେଉଁଠି ଅଛି, କିପରି ଅଛି ଆମେ କିଛି ଜାଣିନୁ। ତାକୁ ଅପହରଣ କରାଯାଇଛି। ହେଲେ ପୁଲିସ୍ ଟଙ୍କା ଖାଇ ଚୁପ୍ ବସିଛି।
ମୋତେ ମୋ ଝିଅ ଦରକାର। ନଚେତ ଏଇଠି ଜୀବନ ହାରିଦେବି।’ ଶୁକ୍ରବାରକେନ୍ଦୁଝର ଏସ୍ପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୁଲିସ୍ ଉଦ୍ଧାର କରିଥିବା ବେଳେ ମହିଳାଜଣକ ଏପରି ଚିତ୍କାର କରୁଥିଲେ।
ମହିଳା ଜଣକ କହିଛନ୍ତି, ‘ଜୁନ ୨ ତାରିଖରୁ ମୋ ଝିଅ ନିଖୋଜ ଅଛି। ମୋ ଝିଅକୁ କାଶୀପୁରର ପ୍ରକାଶ କୁମାର ଜେନା ଅପହରଣ କରି ନେଇଛି। ସେ ଜଣେ ଅପରାଧୀ। ପୂର୍ବରୁ ବି ଜେଲ୍ ଯାଇଥିବା ବେଳେ ବେଲ୍ରେ ମୁକୁଳିଛି।
ମୋର କେହି କିଛି କରିପାରିବେନି ବୋଲି ସେ ଖୋଲାଖୋଲି ଧମକ ଦେଉଛି। ପୁଲିସ୍କୁ ଲକ୍ଷେ ଟଙ୍କା ଫିଙ୍ଗି ଦେଇଛି, ଆଉ ୨ ଲକ୍ଷ ଫିଙ୍ଗି ଦେବି ବୋଲି କହୁଛି। ମୁଁ କିପରି ମୋ ଝିଅକୁ ଫେରି ପାଇବି, ବୁଦ୍ଧିବାଟ ଦିଶୁନି।’
ଗତ ୬ ତାରିଖରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲି। ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନ ପାଇବାରୁ ଆଜି ବାଧ୍ୟ ହୋଇ ଏସପି ଅଫିସ୍ ସମ୍ମୁଖରେ ପହଞ୍ଚିଛି। ପୁଲିସ୍ କିଛି ଶୁଣୁନି।
ମୁଁ କେତେ ଦିନ ଏପରି ମରି ମରି ବଞ୍ଚିବି? ତା’ଠୁ ଭଲ ଆଜି ମରିଯିବି। ତେଣୁ ଶୁକ୍ରବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି ବୋଲି କୋହଭରା କଣ୍ଠରେ କହିଛନ୍ତି ମହିଳା ଜଣକ।
ମହିଳା ଜଣକ ଏସ୍ପିଙ୍କୁ ସାକ୍ଷାତ କରିବା ଜିଦ୍ରେ ଅଡ଼ି ବସିଛନ୍ତି। ତେବେ ଏନେଇ ପୁଲିସ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031