Indus Valley Times

ମିଳିଲା ୧୨ ମାଓବାଦୀଙ୍କ ପରିଚୟ, ମୃତକଙ୍କ ମଧ୍ୟରେ କଟକ ଯୁବକ, ୧୮ ଲକ୍ଷ ଟଙ୍କା ଥିଲା ପୁରସ୍କାର

 Breaking News

ମିଳିଲା ୧୨ ମାଓବାଦୀଙ୍କ ପରିଚୟ, ମୃତକଙ୍କ ମଧ୍ୟରେ କଟକ ଯୁବକ, ୧୮ ଲକ୍ଷ ଟଙ୍କା ଥିଲା ପୁରସ୍କାର

ମିଳିଲା ୧୨ ମାଓବାଦୀଙ୍କ ପରିଚୟ, ମୃତକଙ୍କ ମଧ୍ୟରେ କଟକ ଯୁବକ, ୧୮ ଲକ୍ଷ ଟଙ୍କା ଥିଲା ପୁରସ୍କାର
January 24
11:33 2025

ନୂଆପଡା, ୨୪/୧ : ନୂଆପଡା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ସୀମା କୁଲାରିଘାଟ ଜଙ୍ଗଲରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି । ବଡ କଥା ଯେ ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି । ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
ଅନ୍ୟ ନିହତ ମାଓବାଦୀଙ୍କ ମଧ୍ୟରେ ଗୁଡ଼ୁ, ବାଉରୀବନ୍ଧୁ, ସୁଖରାମ, ସତ୍ୟମ, ଶଙ୍କର, ରିଙ୍କି, ଯଇନି, କାଲା, ରାମୀ ଓ ବିଜୟ । ରିଙ୍କି, ଯଇନି, କାଲା, ରାମୀ ମହିଳା ମାଓବାଦୀ ହୋଇଥିବାବେଳେ ବାଉରୀବନ୍ଧୁ ଓ ସୁଖରାମ ଚଳପତିର ସୁରକ୍ଷାରେ ନିୟୋଜିତ ଥିଲେ । ମାଓ ନେତା ଚଳପତି ସମେତ ୭ ଜଣଙ୍କର ମୁଣ୍ଡରେ ୧ କୋଟି ୭୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଏମାନଙ୍କ ମଧ୍ୟରୁ ବାଉରୀବନ୍ଧୁ ଜିଲ୍ଲା କମିଟି ମେମ୍ବର ଥିଲା, ତା ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।
ସତ୍ୟମ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା, ଗୁଡ଼ୁ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ମୃତ ୨ ମହିଳା ନକ୍ସଲ କାଲା, ରାମୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବାବେଳେ ବିଜୟ ବି କେନ୍ଦ୍ରୀୟ କମିଟି ସଦସ୍ୟ ଥିଲା । ତା ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031