Indus Valley Times

ମିଶନ ଶକ୍ତିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୦ ଲକ୍ଷ ପରିବାର ଉପକୃତ ହେବେ

 Breaking News

ମିଶନ ଶକ୍ତିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୦ ଲକ୍ଷ ପରିବାର ଉପକୃତ ହେବେ

ମିଶନ ଶକ୍ତିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୦ ଲକ୍ଷ ପରିବାର ଉପକୃତ ହେବେ
December 22
21:51 2021

ଭୁବନେଶ୍ୱର,୨୨/୧୨: ମିଶନ ଶକ୍ତିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ବଡ଼ ଘୋଷଣା କରିଛନ୍ତି । ପ୍ରତି ଜିଲ୍ଲାରେ ନିର୍ମାଣ ହେବ ମିଶନ ଶକ୍ତି ଭବନ । ଏଥିପାଇଁ ଖର୍ଚ୍ଚ ହେବ ଏକ କୋଟି ଟଙ୍କା । ପ୍ରତି ଜିଲ୍ଲାରେ ଏକ କୋଟି ଟଙ୍କା ମୂଲ୍ୟର ମିଶନ ଶକ୍ତି ଭବନ ନିର୍ମାଣ କରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସ୍ତରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ମିଶନ ଶକ୍ତି ଭବନ । ଖାଲି ସେତିକି ନୁହେଁ ଏସ୍ଏଚ୍ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ମିଶନ ଶକ୍ତି ଉତ୍ପାଦ ଦ୍ରବ୍ୟ ବିକ୍ରି ପାଇଁ ଇ-ପୋର୍ଟାଲ ବ୍ୟବସ୍ଥା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଦେଶ ବିଦେଶର ଲୋକେ ମିଶନ ଶକ୍ତି ଜିନିଷ କିଣିପାରିବେ ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ଗତକାଲି ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ଖର୍ଚ୍ଚ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘର ମରାମତି ପାଇଁ ହିତାଧିକାରୀଙ୍କୁ ମିଳିବ ୩ ହଜାର ଟଙ୍କା । ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀଙ୍କୁ ଏହି ସହାୟତା ମିଳିବ । ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଏହି ସହାୟତା ମିଳିବ । କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ମିଳିବ। ଉଭୟ ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୩୦ ଲକ୍ଷ ପରିବାର ଉପକୃତ ହେବେ । ଏନେଇ ୧୪୪୪ କୋଟି ଖର୍ଚ୍ଚ ହେବ। ଏନେଇ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଅନ୍ୟପଟେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ କାଉଣ୍ଟର କରିଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ସେ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି । ଗୋଲକ ପ୍ରଶ୍ନ କରିଥିଲେ ଯେ, ଯଦି ଆନ୍ତରିକତା ଥିଲା ତେବେ ମୁଖ୍ୟମନ୍ତ୍ରୀ ଆଗରୁ କାହିଁକି ଏହି ଘୋଷଣା କଲେ ନାହିଁ ? ଚଗଇଣରେ କେନ୍ଦ୍ର ଓଡ଼ିଶାକୁ ୨୬ ଲକ୍ଷ ୫୫ ହଜାର ୮୫୭ ଘର ଦେଇଛି ନା ନାହିଁ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି କହିଥିଲେ ଗୋଲକ । ଖାଲି ସେତିକି ନୁହେଁ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା ମଧ୍ୟ ଅଭିଯୋଗ କରିଥିଲେ । ଘର ଦିଆଯାଇଥିବା ୩୦ ଲକ୍ଷ ହିତାଧିକାରୀଙ୍କ ନାଁ ସାର୍ବଜନୀନ କରିବାକୁ ସେ ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930