Indus Valley Times

ମିସ୍ ଓଡିଶା ଟାଇଟଲର ତାଜ୍ ପିନ୍ଧିଲେ ଦିଗଦର୍ଶୀ ମିଶ୍ର

 Breaking News

ମିସ୍ ଓଡିଶା ଟାଇଟଲର ତାଜ୍ ପିନ୍ଧିଲେ ଦିଗଦର୍ଶୀ ମିଶ୍ର

December 26
16:11 2021

ନୂଆଦିଲ୍ଲୀ, ୨୬/୧୨ : ପିଲାଟି ଦିନରୁ ମଡେଲିଂ ପ୍ରତି ରୁଚି ରଖିଥିବା ଜଣେ ଛାତ୍ରୀ ଆଜି ମିସ ଓଡିଶା ଟାଇଟଲର ତାଜ ପିନ୍ଧିଛନ୍ତି. । ଦୃଢ଼ ଏକାଗ୍ରତା ଓ ଇଚ୍ଛା ଶକ୍ତି ଯୋଗୁଁ ତାଙ୍କୁ ଏହି ମୁକୁଟ ମିଳିଛି । ଯୁକ୍ତ ୩ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ ଏହି ମିସ ଓଡିଶା ଟାଇଟଲକୁ ନିଜ ନାମରେ କରିପାରିଛନ୍ତି. ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଦିଗଦର୍ଶୀ ମିଶ୍ର ।
୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ, ଏଭଳି ଟାଇଟଲ ହାସଲ କରି ପାରିଥିବାରୁ, ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମିସ ଓଡିଶା ଟାଇଟଲ ହାସଲ କରି ଦିଗଦର୍ଶୀ ଖୁସିରେ ଅଧୀର ହୋଇ ପଡ଼ିଥିବା ବେଳେ ଆଗାମୀ ଦିନରେ ମିସ ଇଣ୍ଡିଆ ତାଜ୍ ପିନ୍ଧିବାକୁ ଲକ୍ଷ୍ୟ ରଖିଛନ୍ତିଯ। ତେବେ ଗୋଟିଏ ପ୍ରତିଯୋଗିତାରେ ତାଙ୍କୁ ମୁକୁଟ ମିଳି ନଥିଲା ।
ଭଦ୍ରକ ବ୍ଲକର ଆର ଏନ ବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ଦିଗଦର୍ଶୀ ମିଶ୍ର. ବାପା ସ୍ଥାନୀୟ ଅଞ୍ଚଳରେ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ମାଆ ଜଣେ ଗୃହିଣୀ । ପିଲାମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ଏବେ ଭଦ୍ରକ ସହରର ମଠସାହିରେ ଏକ ଭଡା ଘରେ ପରିବାର ସହ ରହନ୍ତି ।
ପିଲାଟି ଦିନରୁ କଳାପ୍ରତି ଦୁର୍ବଳତା ରଖିଥିବା ଦିଗଦର୍ଶୀ ପିଲାବେଳୁ ଏକକ ଅଭିନୟ, ନୃତ୍ୟ ପ୍ରତିଯୋଗିତା ପରି କାର୍ଯ୍ୟକ୍ରମ ମାନଙ୍କରେ ନିଜର କଳା ପ୍ରଦର୍ଶନ କରି ସଫଳତା ହାସଲ କରିଥିବା ବେଳେ ଓଡିଶୀ ନୃତ୍ୟ ମଧ୍ୟ ଅଧ୍ୟୟନ କରିଛନ୍ତି। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜର କଳା ପ୍ରଦର୍ଶନ କରି କୃତିତ୍ୱ ହାସଲ କରିଥିବା ଦିଗଦର୍ଶୀ ଆଉ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି ।
ଚଳିତ ମାସ ୧୯ ତାରିଖ ଭୁବନେଶ୍ୱରର ଜିଞ୍ଜର ହୋଟେଲ ଠାରେ ଲା ଲୋଟସ(ଲା ଲୋଟସ)ପକ୍ଷରୁ ଆୟୋଜିତ ୨୧ବର୍ଷରୁ କମ ପ୍ରତିଯୋଗୀଙ୍କ ମଧ୍ୟରେ ଫ୍ୟାସନ ଏବଂ ମିସ୍ ଓଡିଶା ପ୍ରତିଯୋଗିତାରେ ୨୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଜିତିଥିଲେ ମିସ୍ ଓଡିଶା ଟାଇଟଲ ।
ପ୍ରଥମରୁ ୫ ଶହରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୩ ଗୋଟି ରାଉଣ୍ଡ ପରେ ଫାଇନାଲରେ ୨୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ ଓଡିଶା ତାଜ ପିନ୍ଧିଛନ୍ତି ଦିଗଦର୍ଶୀ । ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ଆଗତ ପ୍ରତିଯୋଗିତା କାର୍ଯ୍ୟକ୍ରମ ବାଲେଶ୍ୱର ଠାରେ ହୋଇଥିଲା ସେଠାରେ ସେ କୃତକାର୍ଯ୍ୟ ହୋଇ ଭୁବନେଶ୍ୱରରେ ଫାଇନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ବାପାଙ୍କର ସ୍ୱଳ୍ପ ଆୟ ଯୋଗୁଁ ବାପା ଏବଂ ମାଆ ଏବଂ ମାଉସୀଙ୍କ ଦ୍ୱାରା ଉତ୍ସାହିତ ହୋଇ ସେ ଆଜି ଏହି ସଫଳତା ପାଇଛନ୍ତି ବୋଲି ଦିଗଦର୍ଶୀ କହିଥିବାବେଳେ ଆଗକୁ କୋଚିଂ ନେଇ ମିସ୍ ଇଣ୍ଡିଆ ପାଇଁ ନିଜକୁ ପ୍ରସ୍ତୁତ କରିବା ଆଶା ରଖିଛନ୍ତି ।
ଝିଅର ଏଭଳି ସଫଳତାକୁ ନେଇ ଗର୍ବିତ ହୋଇଛନ୍ତି ବାପା। ଆଗକୁ ବଢିବାକୁ ଆବଶ୍ୟକ ଚେଷ୍ଟା ଜାରିରଖି ଝିଅର ସ୍ବପ୍ନକୁ ସାକାର କରିବାରେ ନିଜର ଯଥା ସମ୍ଭବ ସହଯୋଗ ରଖିବେ କହିଛନ୍ତି । ଅନ୍ୟପଟେ ଛାତ୍ରୀ ଜଣଙ୍କର ଏଭଳି କୃତିତ୍ୱ କୁ ଦେଖି ଜ଼ିଲ୍ଲା ବାସୀ ମଧ୍ୟ ଗର୍ବ ଅନୁଭବ କରିଛନ୍ତି । ଆଗକୁ ଝିଅଟି ଦେଶ ବିଦେଶରେ ନାଁ ରଖୁ, ସମସ୍ତେ ଆଶା ରଖିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031