Indus Valley Times

‘ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି ,ଆନ୍ଦୋଳନରେ ମୁଁ ଅଂଶ ବିଶେଷ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

 Breaking News

‘ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି ,ଆନ୍ଦୋଳନରେ ମୁଁ ଅଂଶ ବିଶେଷ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

‘ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି ,ଆନ୍ଦୋଳନରେ ମୁଁ ଅଂଶ ବିଶେଷ : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
December 13
15:40 2022

ଭୁବନେଶ୍ୱର,୧୩/୧୨: ‘ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି। ଆନ୍ଦୋଳନରେ ମୁଁ ଅଂଶ ବିଶେଷ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ସମସ୍ତ ନାଗରିଙ୍କର ଅଧିକାର। ଭାରତୀୟ ସମ୍ଭିଧାନ ଅନୁସାରେ ତାକୁ କେହି ବାରଣ ପାରିବେନି। ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ।’ ଆଜି ଏପରି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୌଣସି ଠୋସ୍ ପ୍ରସ୍ତାବ ଦେଇନାହାନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ଏପରି କହିଥିଲେ। ଓଡ଼ିଶା ସରକାର କ’ଣ ପାଇଁ ଟାଳଟୁଳ ନୀତି କରୁଛନ୍ତି? ଓଡ଼ିଶାରେ ହାଇକୋର୍ଟ ବେଞ୍ଚ କେଉଁଠି ହେବ, ସରକାର ସେ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବ। ହେଲେ ହାଇକୋର୍ଟ ବେଞ୍ଚ କେଉଁ ଜାଗାରେ ହେବ ସେଥିପାଇଁ ସରକାର ବିଧିବଦ୍ଧ ପ୍ରସ୍ତାବ ଆଣୁନାହାନ୍ତି। ଏହିସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ।
ଜୟନାରାୟଣ ଆହୁରି କହିଛନ୍ତି, ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଞ୍ଚ ରହିଛି। ତା’ହେଲେ ଓଡ଼ିଶାରେ ଗୋଟିଏ ଦୁଇଟି ହାଇକୋର୍ଟ ବେଞ୍ଚ ହେଲେ ଅସୁବିଧା କ’ଣ ଅଛି? ଡୋର୍ ଷ୍ଟେପରେ ନ୍ୟାୟ ଦିଆଯିବ ବୋଲି ସରକାର କହୁଛନ୍ତି। ଯଦି ଲୋକଙ୍କୁ ଡୋର ଷ୍ଟେପରେ ନ୍ୟାୟ ଦିଆଯିବ, ତା’ହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇଗଲେ ଲୋକମାନଙ୍କୁ ପଇସା ଖର୍ଚ୍ଚ କରି କଟକ ଆସିବାକୁ ପଡ଼ିବନି।
ହାଇକୋର୍ଟକୁ ଅନେକ କେସ ଆସୁଛି। ଯାହାଫଳରେ ହାଇକୋର୍ଟ ଭାରାକାନ୍ତ ହୋଇଯାଉଛି। ଯଦି ଅନ୍ୟ ଜାଗାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ, ତା’ହେଲେ ହାଇକୋର୍ଟ ଉପରେ ବୋଝ କମିଯିବ। ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଲେ କ୍ଷତି କ’ଣ? ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି? ରାଜ୍ୟ ସରକାର ସେଥିପାଇଁ ପ୍ରସ୍ତାବ ଦେଉନାହାନ୍ତି ବୋଲି ଜୟନାରାୟଣ କହିଛନ୍ତି।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ସମ୍ବଲପୁର ଓ ଭୁବନେଶ୍ୱରରେ ଗୋଟିଏ ଗୋଟିଏ ଲେଖାଏଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଉ। ୨ଟି ହାଇକୋର୍ଟ ବେଞ୍ଚ ହେଲେ ଓଡ଼ିଶା ଠିକ୍ରେ ଚାଲିବ। ବେଶୀ ଦିନ ଆନ୍ଦୋଳନ ନ କରି ଆଲୋଚନା ମାଧ୍ୟମରେ ସମ୍ଭାଧାନ କରାଯାଉ।
ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବ୍ଲେମ୍ ଗେମ୍ ଚାଲିଛି। ପଶ୍ଚିମ ଓଡ଼ିଶାରେ କେଉଁଠି ହେବ, ତାହା ସମସ୍ତେ ମିଶିକି ନିଷ୍ପତ୍ତି ନିଅନ୍ତୁ। ସରକାରଙ୍କ ଉପରେ ଦୋଷ ଲଦିଲେ ହେବ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031