Indus Valley Times

ମୁଁ ଧର୍ମଶାଳା ବାସୀ ସହ ଅଛି ଓ ରହିଥିବି :ପ୍ରଣବ

 Breaking News

ମୁଁ ଧର୍ମଶାଳା ବାସୀ ସହ ଅଛି ଓ ରହିଥିବି :ପ୍ରଣବ

ମୁଁ ଧର୍ମଶାଳା ବାସୀ ସହ ଅଛି ଓ ରହିଥିବି :ପ୍ରଣବ
June 10
10:52 2024

ଅକ୍ଷୟ ରଉତଙ୍କ ରିପୋର୍ଟ
ଯାଜପୁର, ୧୦/୬: ଆଜି ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟଳୟଠାରେ ଧର୍ମଶାଳା ନିର୍ବାଚନ ମଳୀର ୫୪ଗୋଟି ପାୟତର ସମସ୍ତ ବିଜୁ ଜନତା ଦଳର କର୍ମର୍କା ମାନଙ୍କୁ ନେଇ ଏକ ନିର୍ବାଚନୀ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଦଳୀୟ ନେତୃବୃନ୍ଦ ମାନଙ୍କୁ ଆଶ୍ୱସନା ଦେବାସହ କିଭଳି ଧର୍ମଶାଳାବାସୀଙ୍କ ସୁଖ, ଦୁଃଖର ସାଥୀ ହୋଇ ରହିବା ଓ ଆଗାମି ଦିନରେ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରିବାପାଇଁ ଦୃଢ ସଂକଳ୍ପବଦ୍ଧ ହେବା କହିଥିଲେ ।
ନିର୍ବାଚନ ଏକ ପ୍ରକ୍ରିୟା, ଏଥିରେ ହାର ଜିତ୍ ରହିଥାଏ, ମୋତେ ଧର୍ମଶାଳାବାସୀ ବହୁତ ମାତ୍ରାରେ ଭୋଟ ଦେଇଥିବାରୁ ମୁଁ ସମସ୍ତଙ୍କ ପାଖରେ ଚିର ରୁଣି । ପୂର୍ବରୁ ଧର୍ମଶାଳା ଯେପରି ଓଡିଶାରେ ୧ ନମ୍ବର ହୋଇ ରହିଛି, ଆଗାମି ଦିନରେ ଧର୍ମଶାଳାକୁ ଉଚ୍ଚ ଶିଖରକୁ ନେବାପାଇଁ ମୋର ପ୍ରୟାସ ଜାରି ରହିବ । “ମୋ ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଧର୍ମଶାଳା ବାସୀଙ୍କ ସେବା କରୁଥିବି ।
ଏହି ବୈଠକକୁ ଧର୍ମଶାଳା ବିଜୁ ଜନତା ଦଳର ବ୍ଲକ ସଭାପତି ଜଳଧର ମହାନ୍ତିଙ୍କ ସଭାପତିତ୍ୱରେ ଧର୍ମଶାଳା ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ର୍ପୁଚନ୍ଦ୍ର ଶତପଥୀ, କୃଷ୍ଣଚନ୍ଦ୍ର ସାହୁ, ପ୍ରଭୂ ରଞ୍ଜନ ସାମଲ, ମମତା ଦପାଟ, ରେଣୁବାଳା ଶତପଥୀ, ଶରତ ନାୟକ, ଅଜୟ ନାୟକ, ସୁଦାମ ବେହେରା, ନିରଞ୍ଜନ ରାଉତ, ପ୍ରହଲ୍ଲାଦ ଲେଙ୍କା, ବିକାଶ ଦାସ, ଗୌତମ ସାହୁ, ମଦନ ମୋହନ ନାୟକ, ସଞ୍ଜୟ ଧିର, ଦାମୋଦର ରାୟ, ବ୍ରହ୍ମାନନ୍ଦ ରାଉତ, ଅକ୍ରୁର ଚରଣ ନାୟକ, ମୁସ୍ତାକ, ସମସୁଲ, ଫକୀର ନାରାୟଣ ମିଶ୍ରଙ୍କ ସମେତ ୨୦୦୦ ରୁ ଉର୍ଦ୍ଧ୍ୱ କର୍ମର୍କମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031