Legatus

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ; ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

 Breaking News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ; ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

February 28
18:48 2024

ଭୁବନେଶ୍ୱର,୨୮/୨: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବୁଧବାର ଓଡ଼ିଶା ଗସ୍ତରେ ଆସି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲିଛନ୍ତି। ଏହି ଗସ୍ତ ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ବିଲ୍ ଗେଟ୍ସ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ମା’ଲୁମ୍ବିନୀବିହାରସ୍ଥିତ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତ ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ।
ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ୟାନ କରିଥିଲେ। ବିଲ୍ ଗେଟ୍ସ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତ ସେନେଇ ମଧ୍ୟ ଆଲୋଚନା କରିଛନ୍ତି।
ବସ୍ତିରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ୍ ଗେଟ୍ସ ଉଦ୍ୟମ କରିବେ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31