Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଲାଗୁହେବ ଏକୀକୃତ ପେନସନ ଯୋଜନା

 Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଲାଗୁହେବ ଏକୀକୃତ ପେନସନ ଯୋଜନା

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ଲାଗୁହେବ ଏକୀକୃତ ପେନସନ ଯୋଜନା
February 08
11:48 2025

ଭୁବନେଶ୍ୱର,୮/୨: ଗତକାଲି ସନ୍ଧ୍ୟାରେ କ୍ୟାବିନେଟରେ୧୧ ଟି ବିଷୟରେ ଆଲୋଚନା ହେବା ସହ ଏହି ପ୍ରସ୍ତାବରେ ମୋହର ବାଜିଛି। ଏଥିରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପେନସନ୍ ସ୍କିମ୍ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର‌୍ୟ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର‌୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମଚୁଦ୍ରା ସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ରଖି ବିଭିନ୍ନ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।
ଓଡିଶା ସରକାର ମଧ୍ୟ ୟୁନିଫାଏଡ୍ ପେନସନ୍ ସ୍କିମ୍ ପାଇଁ ଓଡିଶାକୁ ସହମତି ପ୍ରଦାନ କରିଛନ୍ତି । ଯେଉଁ ସରକାରୀ କର୍ମଚାରୀମାନେ ଏନପିଏସ୍ ବା ନ୍ୟାସନାଲ ପେନସନ୍ ସ୍କିରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ୟୁନିଫାଏଡ୍ ପେନସନ୍ ସ୍କିମ ଲାଗୁ ହେବ।
ୟୁନିଫାଏଡତ ପେନସନ୍ ସ୍କିମର ବୈଶିଷ୍ଟ୍ୟ :
ସୁନିଶ୍ଚିତ ପେନସନ୍ :
୨୫ ବର୍ଷର ସେବା ପ୍ରଦାନ କରିଥିବା ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ମୂଳ ଦରମା ବା ବେସିକ ସାଲାରିର ୫୦ ପ୍ରତିଶତକୁ ପେନସନ୍ ଭାବେ ଦିଆଯିବ । ଏହି ପେନସନକୁ ସେମାନେ ସିଧାସଳଖ ପାଇବେ। ୧୦ ବର୍ଷରୁ ୨୫ ବର୍ଷ ସେବା ଅବଧି ପାଇଁ ସେହି ଅନୁପାତରେ ପେନସନ୍ ମିଳିବ।
ପାରିବାରିକ ପେନସନ୍ ;
ସରକାରୀ କର୍ମଚାରୀ ଯେଉଁ ପରିମାଣର ପେନସନ୍ ପାଉଥିବେ, ତାଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ପାରିବାରର ସଦସ୍ୟଙ୍କୁ ତାହାର ୬୦ ପ୍ରତିଶତ ପେନସନ୍ ଆକାରରେ ମିଳିବ।
ସୁନିଶ୍ଚିତ ସର୍ବନିମ୍ନ ପେନସନ୍;
ସରକାରୀ କର୍ମଚାରୀଙ୍କ ଦରମା ଯାହା ହେଉନା କାହିଁକି, ସେମାନଙ୍କର ସେବା ସମୟ ୧୦ ବର୍ଷ ପୂରଣ ହୋଇଥିଲେ ସେମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବ। ମୁଦ୍ରାସ୍ଫିତି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ : ସୁନିଶ୍ଚିତ ପେନ୍‌ସନ୍, ସୁନିଶ୍ଚିତ ପାରିବାରିକ ପେନସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍ ଉପରେ, ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ବା ଉକ୍ଟଦ୍ଭଗ୍ଦଙ୍କଜ୍ଞରକ୍ସ ଚକ୍ସସମର ଓଦ୍ଭୟରଙ୍ଘ ଆଧାରରେ ମହଙ୍ଗା ସହାୟତା ବା ଊରବକ୍ସଦ୍ଭରଗ୍ଦଗ୍ଦ ଜରକ୍ଷସରଲ ମିଳିବ ।
ଅବସର ପରେ ଗ୍ରାଚ୍ୟୁଟି ବ୍ୟତୀତ ଏକକାଳୀନ ରାଶି: ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥ‌ିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ । ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନର ପରିମାଣ କିନ୍ତୁ କମ୍ ହେବ ନାହିଁ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031