Indus Valley Times

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ

 Breaking News

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି, ୩୦୦ରୁ ଅଧିକ ଲୋକ କଲେଣି ନାମ ପଞ୍ଜିକରଣ
July 01
11:40 2024

ଭୁବନେଶ୍ୱର,୧/୭: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଫଳରେ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କେତେକ ଦିବ୍ୟାଙ୍ଗ ମଧ୍ୟ ଗୁହାରି ଜଣାଇବା ପାଇଁ ମଧ୍ୟ ସେଠାରେ ବସିଛନ୍ତି।
ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି।
ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ।
ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି ସକାଳ ୯ଟାରୁ ଆରମ୍ଭ ପଞ୍ଜିକରଣ ଆରମ୍ଭ ହୋଇ ଦିନ ୧୨ଟା ଯାଏ ଚାଲିବ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେନେଇ ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ଥିତି ପରଖିଥିଲେ। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ କରାଯାଇଛି।
କ୍ରମାନ୍ବୟରେ ଲୋକେ କିପରି ଆସିବେ ସେନେଇ ଅଧିକାରୀଙ୍କ ସହିତ କଥା ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମୟରେ ୩୦ଜଣ ବସିବା ପାଇଁ ବ୍ୟବସ୍ଥା ରହିବ। ଅଭିଯୋଗ ପ୍ରକୋଷ୍ଠରେ ପାନୀୟ ଜଳ ସହ ଅନ୍ୟାନ୍ୟ ବ୍ୟବସ୍ଥା ୨ ଦିନରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ସଚିବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବୁଲି ଦେଖିଛନ୍ତି। ଖୁବ୍ଶୀଘ୍ର ବାସଭବନ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଭିଯୋଗ ପ୍ରକୋଷ୍ଠ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବୁଲି କାମ ତଦାରଖ କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ପୂର୍ବାହ୍ନ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଉକ୍ତଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ସେଠାରେ ଥିବା କାଉଣ୍ଟରରେ ପଞ୍ଜୀକରଣ କରିବାକୁ ପଡ଼ିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031