Indus Valley Times

ମୁଣ୍ଡଳୀ ବ୍ରିଜ୍‌ରେ ଫସିି ରହିଛି ଛୁଆ ହାତୀ, ରେସ୍‌କ୍ୟୁ ଆରମ୍ଭ

 Breaking News

ମୁଣ୍ଡଳୀ ବ୍ରିଜ୍‌ରେ ଫସିି ରହିଛି ଛୁଆ ହାତୀ, ରେସ୍‌କ୍ୟୁ ଆରମ୍ଭ

ମୁଣ୍ଡଳୀ ବ୍ରିଜ୍‌ରେ ଫସିି ରହିଛି ଛୁଆ ହାତୀ, ରେସ୍‌କ୍ୟୁ ଆରମ୍ଭ
September 24
09:54 2021

କଟକ/ ଆଠଗଡ଼, ୨୪/୯: ମହାନଦୀରେ ଭାସିଗଲେ ହାତିପଲ। ଶୁକ୍ରବାର ସକାଳୁ ସକାଳୁ ଆଠଗଡ଼ ନିକଟ ମହାନଦୀରେ ଏପରି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଶୁକ୍ରବାର ଭୋରରୁ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ ବୋଲି ସୂଚନା ମିଳିଛି। ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ଭାସିଗଲେ ହାତୀ ପଲା।
ଗୋଟିଏ ହାତୀ ମୁଣ୍ଡଳୀ ବ୍ରୀଜ ନିକଟରେ ଲାଖି ରହିଥିବା ବେଳେ ଆଉ ୭ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗଛନ୍ତି। ସେମାନଙ୍କ ମଧ୍ୟରୁ ପୁଣି ୨ଟି ହାତୀ ନଦୀ ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ।
ମୁଣ୍ଡଳି ବ୍ରିଜରେ ଲାଗିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଓ ବନବିଭାଗ କର୍ମଚାରୀ ରେସକ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି। ମାତ୍ର ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ହାତୀକୁ ଉଦ୍ଧାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ହୋଇ ଯାଇଛି ବୋଲି ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର।
ଏହାବାଦ ବ୍ୟାରେଜର ଆର ପଟେ ଆଉ କିଛି ହାତୀ ଲାଗି ରହିଥିବା ସୂଚନା ମିଳିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟକୁ ମଧ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031