Indus Valley Times

ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ; ପରିବାର ସଦସ୍ୟ ପରିଚୟ ଦେଇ ପହଞ୍ଚିଲା ପୁଲିସ, ୩ ଅଭିଯୁକ୍ତ ଗିରଫ

 Breaking News

ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ; ପରିବାର ସଦସ୍ୟ ପରିଚୟ ଦେଇ ପହଞ୍ଚିଲା ପୁଲିସ, ୩ ଅଭିଯୁକ୍ତ ଗିରଫ

ମୁଣ୍ଡ ଜାମିନ ରଖି ଲକ୍ଷାଧିକ ଟଙ୍କା ଦାବି କଲେ ଦୁର୍ବୃତ୍ତ; ପରିବାର ସଦସ୍ୟ ପରିଚୟ ଦେଇ ପହଞ୍ଚିଲା ପୁଲିସ, ୩ ଅଭିଯୁକ୍ତ ଗିରଫ
May 18
19:26 2022

ଭୁବନେଶ୍ୱର,୧୮/୫: ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅଞ୍ଚଳର ପ୍ରଦୀପ କୁମାର ଦାସ (୩୨), ପାହାଳ ଅଞ୍ଚଳର ବିଶ୍ୱନାଥ ଦାସ (୩୧) ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ (୨୬)। ସେମାନଙ୍କ ଠାରୁ ପୁଲିସ୍ ଗୋଟିଏ ଟ୍ରାଭେରା କାର, ଗୋଟିଏ ବନ୍ଧୁକ, ୧୦ଟି ଗୁଳି, ବନ୍ଧୁକ ଲାଇସେନ୍ସ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଏହି ତିନି ଅଭିଯୁକ୍ତ ଅପହରଣ କରି ନେଇଥିଲେ। ଅପହରଣ ପାଇଁ ସେମାନେ ସେହି ଟ୍ରାଭେରା କାର୍କୁ ବ୍ୟବହାର କରିଥିଲେ।
ସେମାନେ ଜଗବନ୍ଧୁଙ୍କୁ ମଞ୍ଚେଶ୍ୱରର ସତ୍ୟ ବିହାର ଅଞ୍ଚଳରେ ଏକ ଆଜବେଷ୍ଟସ ଘରେ ରଖି ଥିଲେ ଏବଂ ଲୁହା ରଡ୍, ବେଲ୍ଟ ଆଦିରେ ପିଟି ଥିଲେ। ତା’ସହିତ ତାଙ୍କ ମା’ଙ୍କୁ ଫୋନ୍ କରି ୧ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ କହିଥିଲେ।
ଜଗବନ୍ଧୁଙ୍କ ପରିବାର ଲୋକେ ଏ ସଂପର୍କରେ ବଡ଼ଗଡ଼ ଥାନା ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ତଦନ୍ତ କରି ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଅଞ୍ଚଳରେ ରଖାଯାଇଥିବା ଜାଣିବାକୁ ପାଇଥିଲା। ତା’ପରେ ପୁଲିସ୍ ଜଗବନ୍ଧୁଙ୍କୁ ଉଦ୍ଧାର କରିବା ସହିତ ୩ ଅଭିଯୁକ୍ତଙ୍କୁ ଧରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031