Indus Valley Times

ମୁନ୍ନା ଖାଁ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଆଗାମୀ ଦଶନ୍ଧି ଯାଏ ବିଜେଡି କ୍ଷମତାକୁ ଆସିବନି: ଜୟନାରାୟଣ ମିଶ୍ର

 Breaking News

ମୁନ୍ନା ଖାଁ ଦିନରେ ସ୍ୱପ୍ନ ଦେଖୁଛନ୍ତି, ଆଗାମୀ ଦଶନ୍ଧି ଯାଏ ବିଜେଡି କ୍ଷମତାକୁ ଆସିବନି: ଜୟନାରାୟଣ ମିଶ୍ର

November 03
18:07 2024

ଭୁବନେଶ୍ୱର,୩/୧୧: ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ମୁନ୍ନା ଖାଁ ଦିନରେ ସ୍ବପ୍ନ ଦେଖୁଛନ୍ତି, ସେ ଚେଇଁକି ସ୍ବପ୍ନ ଦେଖୁଛନ୍ତି। ଖୁବ୍‌ଶୀଘ୍ର କ’ଣ ଆଗାମୀ ଦଶନ୍ଧି ଯାଏ ବି ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି କଥାରେ କଥାରେ ଆକ୍ରମଣ ପ୍ରତି ଆକ୍ରମଣ ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି କରିଛି।
ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନ ପାରେ। ଭାଜପା ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ। ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି।
ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି।
ସେ ଆହୁରି କହିଛନ୍ତି, ଭାଜପା ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031