Indus Valley Times

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

 Breaking News

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର
June 22
16:24 2025

ଭୁବନେଶ୍ୱର,୨୨/୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌। ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଥିବା ରବିବାର ଡାକ୍ତର ରମାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ନବୀନଙ୍କ ସର୍ଭାଇକାଲ ଆର୍ଥାରାଇଟ୍ସର ସଫଳ ଅସ୍ତ୍ରୋପଚାର ହୋଇଛି। ନବୀନ ଏବେ ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅଛନ୍ତି। ତାଙ୍କୁ ଦୁଇ ଦିନ ପାଇଁ ଅବଜରଭେସନରେ ରଖାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି।
ଅପରେଶନ ନେଇ ପୂର୍ବରୁ ନବୀନ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଥିଲେ। ନବୀନ ତାଙ୍କ ପୋଷ୍ଟରେ ଲେଖଥିଲେ। ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି। ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା କାମନା କରିଥିଲେ।
ନବୀନ ଆହୁରି ଲେଖିଥିଲେ, “ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି।” ଏହି ପୋଷ୍ଟ ମାଧ୍ୟମରେ ସେ ନିଜର ସ୍ୱାସ୍ଥ୍ୟଗତ ଅବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ଖବର ଓଡ଼ିଶାରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଅନେକ ସମର୍ଥକ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031