Indus Valley Times

ମୁମ୍ବାଇରେ ମିଳିଲା ପ୍ରଥମ ଏରିସ୍ ଭାଇରସ୍, ସତର୍କ କରାଇଲେ ବିଶେଷଜ୍ଞ

 Breaking News

ମୁମ୍ବାଇରେ ମିଳିଲା ପ୍ରଥମ ଏରିସ୍ ଭାଇରସ୍, ସତର୍କ କରାଇଲେ ବିଶେଷଜ୍ଞ

ମୁମ୍ବାଇରେ ମିଳିଲା ପ୍ରଥମ ଏରିସ୍ ଭାଇରସ୍, ସତର୍କ କରାଇଲେ ବିଶେଷଜ୍ଞ
August 08
19:42 2023

ନୂଆଦିଲ୍ଲୀ,୮/୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ନୂତନ ଓମିକ୍ରୋମ ସବ ଭାରିଆଣ୍ଟର ନାମ ହେଉଛି ଇଜି.୫.୧ ବା ଏରିସ। କରୋନା ଭାଇରସର ନୂତନ ଭାରିଆଣ୍ଟ, ଓମିକ୍ରୋମ ଇଜି.୫.୧ ଏପର୍ଯ୍ୟନ୍ତ ଭାରତରେ ପ୍ରବେଶ କରି ନାହିଁ। କିନ୍ତୁ ଯେଉଁ ପ୍ରକାରର କରୋନା ମାମଲା ବଢୁଛି ଭାରତକୁ ଏହା ଆସିବ ନାହିଁ ବୋଲି ତାହା ଅସ୍ବୀକାର କରାଯାଇପାରିବ ନାହିଁ। ଡାକ୍ତରୀ ଦଳ କରୋନା ସଂକ୍ରମିତଙ୍କ ଉପରେ ଅନୁସନ୍ଧାନ କରୁଛନ୍ତି।
ଏରିସ କିମ୍ବା ଇଜି.୫.୧ ହେଉଛି ଓମିକ୍ରନ ଷ୍ଟ୍ରେନର ଏକ ସବ ଭାରିଆଣ୍ଟ। ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଭାରିଆଣ୍ଟ। ଯାହା ୧୦ ଟି କରୋନା ଭାଇରାଲ ମାମଲା ପାଇଁ ଦାୟୀ। ଗତ କିଛି ଦିନ ହେବ ଶେଷ ହୋଇଥିବା କରୋନା ଭୂତାଣୁ ପୁଣି ଥରେ ମହାରାଷ୍ଟ୍ରରେ ପ୍ରବେଶ କରିଛନ୍ତି। ଯେଉଁ କାରଣରୁ ରାଜ୍ୟରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ମେ ମାସରେ ଓମିକ୍ରନ ଇଜି.୫.୧ ଭାରିଆଣ୍ଟ ମିଳିଥିଲା। କିନ୍ତୁ ଜୁନ-ଜୁଲାଇରେ ଏହି ଭାରିଆଣ୍ଟର ମାମଲା ବହୁତ କମ ଥିଲା ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ କ୍ରମାଗତ ଭାବେ କରୋନା ଭାଇରସ ମାମଲା ଆସୁଛି। ଗତ ଜୁଲାଇ ମାସରେ, ୭୦ ଟି ମାମଲା ହୋଇଥିବାବେଳେ ଅଗଷ୍ଟ ୭ ରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ ରେ ପହଞ୍ଚିଥିଲା।
କରୋନା ମାମଲା ବୃଦ୍ଧି ପାଇଁ ନୂତନ ଭାରିଆ୍ୟଯ ଓମିକ୍ରନ ଇଜି.୫.୧ ଦାୟୀ ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏପର୍ଯ୍ୟନ୍ତ ଦେଶରେ ଓମିକ୍ରନର ଭାରିଆଣ୍ଟ ଇଜି.୫.୧ର ଗୋଟିଏ ବି ମାମଲା ଦେଖିବାକୁ ମିଳିନାହିଁ। ମହାରାଷ୍ଟ୍ରରେ ବ୍ୟାପୁଥିବା କରୋନା ମାମଲା ଉପରେ କଡ଼ା ନଜର ରଖାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031