Indus Valley Times

ମୃତ ଦୁଗ୍ଧ ସମ୍ପାଦକଙ୍କ ପରିବାରଙ୍କୁ ମିଳିଲା ୫ ଲକ୍ଷ ଟଙ୍କା ବୀମା ରାଶି

 Breaking News

ମୃତ ଦୁଗ୍ଧ ସମ୍ପାଦକଙ୍କ ପରିବାରଙ୍କୁ ମିଳିଲା ୫ ଲକ୍ଷ ଟଙ୍କା ବୀମା ରାଶି

October 26
11:14 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୬/୧୦ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର(ଡୁଡୁକା )ବ୍ଲକ ର ବକଟି ଦୁଗ୍ଧ ଶୀତଳକ କେନ୍ଦ୍ର ଅଧୀନରେ ଦୁଗ୍ଧ ଯୋଗାଣ କରୁଥିବା ସାନଟିକା ଦୁଗ୍ଧ ସମିତିର ସମ୍ପାଦକ ଲମ୍ବୋଦର ପଧାନ ଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା।
ଲମ୍ବୋଦର ପଧାନ ଏକମାତ୍ର ଘରର ମୁଖ୍ୟ ଆୟ ଶ୍ରୋତକାରି ଥିଲେ।ବଲାଙ୍ଗୀର,କଳାହାଣ୍ଡି,ନୂଆପଡା ଜିଲ୍ଲା ଆଞ୍ଚଳିକ ଦୁଗ୍ଧ ସଙ୍ଘ(ଓମଫେଡ଼ )ଏବଂ ଦୁଗ୍ଧ ସମିତିର ସହାଭାଗିତାରେ କରାଯାଇଥିବା ବୀମା ରାଶି ବାବଦକୁ ମୃତ ସମ୍ପାଦକ ଙ୍କ ପତ୍ନୀ ଶୋଭାଗିନୀ ପଧାନ ଙ୍କୁ ୫ ଲକ୍ଷ ଟଙ୍କାର ଏକ ଚେକ ଦିଆଯାଇଥିଲା। ରୋଥ ଦୁଗ୍ଧ ସମିତି ପରିସରରେ ବିକେଏନ ଆଞ୍ଚଳିକ ଦୁଗ୍ଧ ସଂଘର ସଭାପତି ସୀମା ପଟେଲ,ସୁପରଭାଇଜର କୃଷ୍ଣକେଶବ ମହାକୁର, ସମାଜସେବୀ ସଚିକାନ୍ତ ପଟେଲ ଙ୍କ ସମେତ ଆଗଲପୁର ବ୍ଲକ ର ସମ୍ପାଦକ ସମ୍ପାଦିକା ଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇ ଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031