Indus Valley Times

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

 Breaking News

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

February 25
16:54 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୁଲିସ ସୋମବାର ଦୁଇ ପେଶାଦାର ଅପରାଧୀ ଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟ କୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୧୬ତାରିଖ ରାତ୍ର ଦୁଇ ଘଣ୍ଟ ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋରରୁ କୌଣସି ଦୁର୍ବୁତ୍ତ ସଟର ତାଲା ଭାଙ୍ଗି ଦୋକାନରେ ପଶି ନଗଦ ୭ ହଜାର ଟଙ୍କା ଓ ମୋବାଇଲ ଚାର୍ଜର, ସ୍ମାର୍ଟ ଘଣ୍ଟା ସମେତ ଅନ୍ୟ କିଛି ଜିନିଷ ଚୋରୀ କରି ନେଇଥିବା ନେଇ ମେଡ଼ିସିନ ଷ୍ଟୋର ମାଲିକ ଲିଟନ କୁମାର ଦୋରା ବାଲିଗୁଡା ଥାନାରେ ଏତଲା ଦାଏର କରିଥିଲେ ।
କେଶ ନଂ.୫୧/୨୫ ପ୍ରକାରେ ଏତଲାକୁ ଭିର୍ତ୍ତି କରି ତଦନ୍ତ କାରୀ ଅଧିକାରୀ ଏଏସଆଇ ଉମା ଶଙ୍କର ନିଆଲ ତନାଘନା ତଦନ୍ତ ଅବ୍ୟାହତ ରଖି ସୋମବାର ଅପରାହ୍ନରେ ଘଟଣାର ପର୍ଦାଫାଶ କରି ବାଲିଗୁଡା ହାଟପଦା ସାହିର ଦୁଇଜଣ ପେଶାଦାର ଅପରାଧୀ ରିଙ୍କୁ ନାୟକ(୩୦), ଏବଂ ଶୁଭମ ଓରଫ କାଳିଆ ଦିଗାଲ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଉଭୟେ ବାଲିଗୁଡ଼ା ଲିଟନ୍ କୁମାର ଦୋରାଙ୍କ ଔଷଧ ଦୋକାନରେ ଚୋରି କରିଥିଲେ।
ସେମାନେ ଦୋକାନର ତାଲା ଭାଙ୍ଗି ଔଷଧ ଦୋକାନରୁ ନଗଦ ୭୦୦୦ ଟଙ୍କା, ଗୋଟିଏ ମୋବାଇଲ୍ ଚାର୍ଜର୍ ଏବଂ ଗୋଟିଏ ସ୍ମାର୍ଟ ଘଣ୍ଟା ଚୋରି କରିଥିଲେ। ଦୋକାନର ସିସିଟିଭି ଫୁଟେଜ ଆଧାରରେ କିଛି ମାନବିକ ବୁଦ୍ଧିମତ୍ତା ସାହାଯ୍ୟରେ ଅପରାଧୀ ମାନଙ୍କୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି ।
ଦୁଇ ଅଭିଯୁକ୍ତ କିଛି ଟଙ୍କା ଖର୍ଚ୍ଚ କରିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦୩୦ ଟଙ୍କା, ମୋବାଇଲ୍ ଫୋନ୍‌ର ସ୍ମାର୍ଟ ଘଣ୍ଟା ଏବଂ ଚାର୍ଜର୍ ଉଦ୍ଧାର କରାଯାଇଛି।
ଦୋକାନର ସଟରର ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଦୁଇ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ ଏବଂ ସେମାନଙ୍କ ବିରୁଦ୍ଧରେ କୋର୍ଟରେ ସମ୍ପତ୍ତି ଅପରାଧର ଅନେକ ମାମଲା ବିଚାରାଧୀନ ଅଛି। ଏହି ଘଟଣା ପୂର୍ବରୁ ସେମାନଙ୍କୁ ଅନେକ ଥର ଜେଲ କୁ ଯାଇଥିବା ବିଷୟ ମଧ୍ୟ ତଦନ୍ତରୁ ଜଣାପଡିଛି ।
ରୁତୁଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ
ବାଲିଗୁଡା, ୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ସୁବାଷ ଚନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ଫାଦର ଭିନେସେଣ୍ଟ ଭେଙ୍ଗରା, ପଦ୍ମ ଚରଣ ତ୍ରିପାଠୀ, ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗ ଦେଇ ଶିକ୍ଷା-ଶିକ୍ଷକ ଓ ଛାତ୍ର ଛାତ୍ରୀ ର ଗୁରୁତ୍ୱ ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ ।
ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଏଥିରେ ସନାତନ ପରିଛା, ସତ୍ୟ ନାରାୟଣ ତ୍ରିପାଠୀ, ମଦନ ମୋହନ ପଣ୍ଡା, ଉତ୍କଳ କେଶରୀ ବିଭାର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିବା ବେଳେ ରତ୍ନାକର ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031