Indus Valley Times

ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

 Breaking News

ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ ହେଲେ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
November 10
19:42 2025

ଭୁବନେଶ୍ଵର, ୧୦/୧୧ : ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କୁ ନେଇ ଖୁସି ଖବର ଆସିଛି । ଦୀର୍ଘ ଦୁଇ ମାସ ପରେ ଅଭିଜିତ ଭେଣ୍ଟିଲେଟରରୁ ବାହାରିଛନ୍ତି ।
ତାଙ୍କୁ ସୋମବାର ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସେ ଏବେବି କୋମାରେ ଅଛନ୍ତି ।
ଅଭିଜିତ ମଜୁମଦାର ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଗତ ଅଗଷ୍ଟ ୩୧ ତାରିଖରେ ଅଭିଜିତ ଅସୁସ୍ଥ ହୋଇଥିଲେ । ତାଙ୍କୁ ପ୍ରଥମେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ତୁରନ୍ତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଗତ ସେପ୍ଟେମ୍ବର ୪ ତାରିଖରୁ ଅଭିଜିତ ଏମ୍ସରେ ଭେଣ୍ଟିଲେଟର୍ ସପୋର୍ଟରେ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031