Indus Valley Times

ମୋଦିଙ୍କ ସମେତ ଧର୍ମେନ୍ଦ୍ର, ଅଶ୍ୱିନୀ,ଜୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

 Breaking News

ମୋଦିଙ୍କ ସମେତ ଧର୍ମେନ୍ଦ୍ର, ଅଶ୍ୱିନୀ,ଜୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ମୋଦିଙ୍କ ସମେତ ଧର୍ମେନ୍ଦ୍ର, ଅଶ୍ୱିନୀ,ଜୁଏଲଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
June 10
12:26 2024

ଭୁବନେଶ୍ବର,୧୦/୬: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।
ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର‌୍ୟ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ।
କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା। ଦେଶ ପାଇଁ ଏବଂ ବିଶେଷ ଭାବରେ ଓଡ଼ିଶାର ଲୋକଙ୍କ ପାଇଁ ଆପଣମାନଙ୍କର ସମ୍ପୃକ୍ତ ମନ୍ତ୍ରଣାଳୟରେ ଆପଣମାନଙ୍କୁ ବଡ଼ ସଫଳତା କାମନା କରୁଛି।
ଏଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031