Indus Valley Times

ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ

 Breaking News

ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ

ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ
May 16
20:39 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୬/୫: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ୫ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଡକାୟତ ଗ୍ୟାଙ୍ଗକୁ ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଧରାଇଦେଇଛି।
ମୋବାଇଲ ଫୋନକୁ ଟ୍ରାକ କରି ପୁଲିସ ସେମାନଙ୍କ ନିକଟ ରେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଗହଣା ସହିତ ଗୋଟିଏ ମୋବାଇଲ ଫୋନକୁ ଟିକାବାଲି ପୁଲିସ ଜବତ କରିଛି। ଗିରଫ ଡକାୟତ ହେଲେ ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ ଓ ଦାରିଙ୍ଗିବାଡି ଅଞ୍ଚଳର କୃପାକର ମୁଖୀ ଓ ଟିକାବାଲି କଇଁଝର ଅଞ୍ଚଳର ସଞ୍ଜୟ କୁମାର ମଳିକ।
ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରିରେ ୭ରୁ ଅଧିକ ଡକାୟତ ପଶି ଖେଳନା ବନ୍ଧୁକ ଦେଖାଇ ଓ ମାଡ଼ ମାରି ବହୁ ସୁନା ଗହଣା, ମୋବାଇଲ, ଟାବଲେଟ ଲୁଟି ନେଇଥିଲେ। ଏନେଇ ୨୪ ଏପ୍ରିଲରେ ଟିକାବାଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୁଲିସ। ଏହାପରେ ଜଣ ଜଣ କରି ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା।

ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଘୁ.ଉଦୟଗିରି ଏସଡ଼ିପିଓ ଡ଼ି.ଟି.ଆର.ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଦୀର୍ଘ ୧୮ ଦିନ ଧରି ଏହି ଅଭିଯୁକ୍ତ ମାନଙ୍କୁ ଖୋଜି ଖୋଜି ଶେଷରେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ସହଯୋଗ ରେ ଏହି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଟିକାବାଲି ପୁଲିସ। ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ରହିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ ଶିଘ୍ର ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହେବ ବୋଲି ଏସଡ଼ିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବନବାସୀ ସେବା ସମିତିର ୫୧ତମ ପ୍ରତିଷ୍ଠା ଦିବସ ସମାରୋହ: “ବନବାସୀ ସ୍ମୁତି “ଉନ୍ମୋଚିତ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୬/୫: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ସ୍ବଗର୍ତ ବିଶ୍ବନାଥ ପଟ୍ଟନାୟକଙ୍କ ଦ୍ବାରା ପ୍ରତିଷ୍ଠିତ ବନବାସୀ ସେବା ସମିତି ପରିସରରେ ସମିତିର ୫୧ ତମ ପ୍ରତିଷ୍ଠା ଦିବସ ବୁଦ୍ଧ ପୂର୍ଣ୍ଣିମା ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି ।
ଏହି ଅବସରରେ ପ୍ରତ୍ୟୁଷରୁ ଅନ୍ତେବାସୀ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରା ରେ ସମିତି ପରିସରରୁ ରାମଧୁନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରି ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ପୁଣି ସମିତି ପରିସରରେ ପହଂଚିବା ପରେ ସଭା କାର‌୍ୟ୍ୟ ଆରମ୍ଭ ହୋଇଥିଲା ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ସମ୍ମାନିତ ଅତିଥି ଭାବେ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ସ୍ଥାନୀୟ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଅନିତା କୁମାରୀ ଦାସ ଯୋଗଦେବା ସହ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ସମିତି ଦ୍ବାରା ପରିଚାଳିତ ଅନ୍ଧ,ମୁକ,ବଧିର ଛାତ୍ର/ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତି ରହି ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଓ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ସହ ପୁଷ୍ପ ମାଲ୍ୟାର୍ପଣ ପରେ ସଭା କାର‌୍ୟ୍ୟ ଆରମ୍ଭ ହୋଇଥିଲା ।
ସହ ସମ୍ପାଦକ ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପିଲାଙ୍କ ହସ୍ତଲିପି “ବନବାସୀ ସ୍ମୁତି “କୁ ଉନ୍ମୋଚନ କରାଯାଇଥିଲା କ୍ଷ ଅତିଥି ମାନଙ୍କ ବକ୍ତବ୍ୟ ରେ ଅନୁଷ୍ଠାନ ର ବିଭିନ୍ନ ସଫଳତା ଓ ଦାୟିତ୍ବ ବୋଧତା ଉପରେ ଆଲୋକପାତ କରାଯାଇଥିଲା।ଉତ୍ସବରେ କୋଭିଡ୍ ଓ ଅନ୍ୟାନ୍ୟ ସମୟରେ ସଂସାର ତ୍ୟାଗ କରିଥିବା ବିଭିନ୍ନ ସମ୍ମାନିୟ ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031