Legatus

ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ

 Breaking News

ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ

ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ
March 01
17:18 2025

ଭୁବନେଶ୍ୱର, ୧/୩ : ବଢିଲା ବିଦ୍ୟାଳୟ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ । ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ଣ ଭୋଜନ ଯୋଜନାରେ କାମ କରୁଥିବା ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏଣିକି ୨୦୦୦ ହଜାର ପରିବର୍ତ୍ତେ ୩ହଜାର ଟଙ୍କା ମାସିକ ପାରିଶ୍ରମିକ ମିଳିବ ।
ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିଶ୍ରମିକ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିଶ୍ରମିକ ଲାଗୁ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣର ରାଜ୍ୟ ଭାରପ୍ରାପ୍ତ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।
ଏହା ଦ୍ବାରା ରାଜ୍ୟରେ କାର‌୍ୟ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ଓ ସହାୟିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930