Indus Valley Times

ମୋ ଉପକାରୀ ବଗିଚା ଯୋଜନାରେ ହିତାଧିକାରୀ ଙ୍କୁ ମଞ୍ଜି ବଣ୍ଟନ

 Breaking News

ମୋ ଉପକାରୀ ବଗିଚା ଯୋଜନାରେ ହିତାଧିକାରୀ ଙ୍କୁ ମଞ୍ଜି ବଣ୍ଟନ

November 18
12:18 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୮/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୂଆଁ ବାରୀ ଓ ହରିପୁର ପଞ୍ଚାୟତ ରେ ନୂଆଗାଁ ଉଦ୍ୟାନ କୃଷି ବିଭାଗ ତରଫରୁ ମୋ ଉପକାରୀ ବଗିଚା ଯୋଜନା ମାଧ୍ୟମରେ ହିତାଧିକାରୀ ଙ୍କୁ ମଙ୍ଗଳବାର ଦିନ ମଞ୍ଜି ବଣ୍ଟନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମ ରେ ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଯୋଗଦେଇ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ୧୩ ପ୍ରକାର ମଞ୍ଜି ବଣ୍ଟନ କରିଥିଲେ।ଏହି କାର‌୍ୟ୍ୟକ୍ରମ ରେ ପଞ୍ଚାୟତ କୃଷି ସମ୍ପ୍ରସାରଣ ଅଧିକାରୀ ଉପସ୍ଥିତ ରେ ସଜନା, ମୂଳା,କୋବି,ଧନିଆ ,ମେଥି ଆଦି ମଞ୍ଜି ବଣ୍ଟନ କରାଯାଇଥିଲା। କୋଭିଡ୍ ୧୯ ମହାମାରୀ ସମୟରେ କୃଷକ ଓ ମହିଳା ମାନଙ୍କ ଜୀବିକା ଉପାର୍ଜନ ନିମନ୍ତେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031