Indus Valley Times

ମୋ ବସ୍ ପରେ ଲକ୍ଷ୍ମୀ ବସ୍‌ରେ ବସିବାକୁ ଠେଲାପେଲା, ଝରକା ବାଟେ ଚଢି ପଶିଲେ ମହିଳା

 Breaking News

ମୋ ବସ୍ ପରେ ଲକ୍ଷ୍ମୀ ବସ୍‌ରେ ବସିବାକୁ ଠେଲାପେଲା, ଝରକା ବାଟେ ଚଢି ପଶିଲେ ମହିଳା

October 19
11:30 2023

ମାଲକାନଗିରି, ୧୯/୧୦: ଝରକା ଦେଇ ‘ଲକ୍ଷ୍ମୀ’ ବସ୍ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଖଇରପୁଟ୍ ବସ୍ ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏପରି ଚିତ୍ର।
ଆଜି ଥିଲା ଖଇରପୁଟ୍ ସାପ୍ତାହିକ ହାଟ। ତେଣୁ ହାଟବାଟ ସାରି ବଣ୍ଡା ଲୋକମାନେ ଖଇରପୁଟ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ଷ୍ଟାଣ୍ଡରେ ପହଞ୍ଚିଥିଲା ‘ଲକ୍ଷ୍ମୀ’ ବସ୍। ଏହା ପରେ ଆରମ୍ଭ ହୋଇଥିଲା ବସ୍ରେ ଚଢିବା ପାଇଁ ପ୍ରତିଯୋଗିତା। ବସିବାକୁ ସିଟ୍ ପାଇଁ ଲୋକଙ୍କ ଭିତରେ ହୋଇଥିଲା ଧାଁ ଦୌଡ଼। କିଏ ବସ୍ର ପ୍ରବେଶ ପଥରେ ଚଢ଼ୁଥିଲା ତ ଆଉ କିଏ ଝରକା କାଚ୍କୁ ସାଇଡ୍ କରି ଚଢ଼ି ଯାଉଥିଲା।
ସବୁଠାରୁ ଦୁଃଖର କଥା ମହିଳାମାନେ ଅତି ବିପଦପୂର୍ଣ୍ଣ ଭାବେ ଝର ଦେଇ ବସ୍ ଭିତରେ ପଶୁଥିଲେ। ଆଉ କିଛି ପୁରୁଷ ବସ୍ ଭିତରକୁ ଯାଇ ଝରକା ଦେଇ ବାହାରେ ଛିଡ଼ା ହୋଇଥିବା ମହିଳାଙ୍କ ହାତକୁ ଧରି ଭିତରକୁ ଟାଣି ନେଉଥିଲେ। ଏପରିକି ବସ୍କୁ ଭଙ୍ଗାରୁଜା କରିଥିଲେ। ବସ୍ର କାଚ ପାର୍ଶ୍ୱରେ ଲାଗିଥିବା ଲୁହା ରଡ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବସ୍ କର୍ମଚାରୀଙ୍କ ତାଗିଦ୍କୁ ଖାତିର କରିନଥିଲେ।
ସୂଚନାରୁ ପ୍ରକାଶ, ବ୍ଲକ ସଦରମହକୁମା ଖଇରପୁଟ୍ରୁ ବଣ୍ଡାଘାଟିକୁ ପ୍ରତିଦିନ ୩ ଥର ଯାଉଛି ଓ ଆସୁଛି ଲକ୍ଷ୍ମୀ ବସ୍। ଆଉ ବଣ୍ଡା ଘାଟିରେ ବସବାସ କରୁଥିବା ଲୋକମାନଙ୍କ ଯିବାଆସିବାର ମାଧ୍ୟମ ସାଜୁଛି ଲକ୍ଷ୍ମୀ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031