Indus Valley Times

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି

 Breaking News

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ଲଗାମ୍, ଗାଡ଼ିର ବେଗ ରହିବ ୪୦ କିମି
November 06
18:47 2024

ଭୁବନେଶ୍ୱର, ୬/୧୧: ମୋ ବସରେ ଲଗାମ ଲଗାଇଛନ୍ତି ସରକାର । ଡ୍ରାଇଭରମାନଙ୍କ ବେପରୁଆ ଗାଡ଼ି ଚଲାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏଣିକି ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍ । କାରଣ ମୋ ବସରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର । ଏ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍ ଦୁର୍ଘଟଣା ଘଟାଇବା ନେଇ ଅଭିଯୋଗ ଆସୁଛି । ସେଥିପାଇଁ ସରକାର କଟକଣା ଲାଗୁ କରିଛନ୍ତି । \’ମୋ ବସ୍‌\’ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର ।
ଏହା ଦ୍ୱାରା ଆଉ ଦ୍ରୁତ ଗତିରେ ବସ ଚାଲି ପାରିବ ନାହିଁ । ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ । ଏ ନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ । ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ମଦୁଆ ଡ୍ରାଇଭର ମଧ୍ୟ ସାବାଡ୍ ହେବେ । ଡ୍ରାଇଭର ଗାଡ଼ିକୁ ଯିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨ ତାରିଖ ଦିନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମୋ ବସ୍ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା । ଫଳରେ ସମ୍ପୃକ୍ତ ଯୁବତୀଙ୍କର ଗୋଟିଏ ହାତ କଟି ଯାଇଥିଲା ।
ଯୁବତୀ ଜଣକ ହେଲେ ସମ୍ବଲପୁରର ଝିଲ୍ଲୀ ସୋହଲା । ସେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ଭାବେ ତାଲିମ ନେଉଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031