Indus Valley Times

ମୋ ସ୍ୱପ୍ନର ଓଡ଼ିଶା -୨୦୩୬: ଅନ୍ତଃନିିର୍ହିତ ପ୍ରତିଭାର ଅନ୍ୱେଷଣ ଶିଶୁ ମହୋତ୍ସବ ସୁରଭି

 Breaking News

ମୋ ସ୍ୱପ୍ନର ଓଡ଼ିଶା -୨୦୩୬: ଅନ୍ତଃନିିର୍ହିତ ପ୍ରତିଭାର ଅନ୍ୱେଷଣ ଶିଶୁ ମହୋତ୍ସବ ସୁରଭି

October 14
19:44 2025

ପ୍ରସନ୍ନ କୁମାର ପାଇକରାଏଙ୍କ ରିପୋର୍ଟ
ଖୋର୍ଦ୍ଧା ୧୪/୧୦ : କୁରାଢ଼ମଲ୍ଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୁରାଢ଼ମଲ୍ଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କାର୍ଯ୍ୟକ୍ରମ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସିନ୍ଧୁ ସୁତା ପ୍ରିୟଦର୍ଶିନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।
ଏହାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁରାଢ଼ମଲ୍ଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀରାମ ପ୍ରସାଦ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ବିକାଶ ଉପରେ ଗୁରୁତ୍ୱ ଦେଇ ଆବ୍ରାହିମ୍ ଲିଙ୍କନ୍ ଆତ୍ମ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଧାରଣ ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶିଆଳିଆର ଅଧ୍ୟକ୍ଷା ସୁଜାତା ଚକ୍ର, ବିଶିଷ୍ଟ ଅତିଥି କୁରାଢ଼ମଲ୍ଲ ଗ୍ରାମପଞ୍ଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି ରୂପେ କମଳ ଲୋଚନ ଜଗଦ୍ଦେବ ଏବଂ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଗାଚରଣ ବାରିକ, କୁରାଢ଼ମଲ୍ଲ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁହାସିନି ମିଶ୍ର, ତାପଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଶାଜ୍ୟୋତି ଦାସ ଯୋଗଦେଇ ଲୋକକଳା ଓ ସମୃଦ୍ଧ ଓଡ଼ିଶା, ଧନ୍ଦାମୂଳକ ବୈଷିକ ଶିକ୍ଷା, ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ସଂସ୍କୃତି, ମୋ ସ୍ୱପ୍ନର ଓଡ଼ିଶା, ପ୍ରସ୍ତୁତି ଓ ପ୍ରଗତି, ସମଗ୍ର ଓଡ଼ିଶା ଗଠନରେ ମୋର ଭୂମିକା, ଆମ ଲୋକକଳା, ଆମ ପରିଚୟ, ଶିଶୁ ହସିଲେ ଦୁନିଆ ହସିବ, ଆଜିର ଶିଶୁ କାଲିର ଭବିଷ୍ୟତ । ଉପରେ ଆଲୋକପାତ କରିଥିଲେ ।
ସଂଯୋଜକ ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ଦାସ ସୁରଭି କାର୍ଯ୍ୟକ୍ରମର ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରବି ନାରାୟଣ ସାହୁ, ଅମୀୟ କୁମାର ପରିଡ଼ା, ପ୍ରମୁଖ ପରିଚାଳନା କରିଥିଲେ ।
ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ପିଲାଙ୍କ ଭିତରେ ପ୍ରତିଯୋଗୀ ଓ ସହଯୋଗୀ ମନୋଭବ ଉଦ୍ରେକ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରାଯାଇଥିଲା । ପାଠପଢ଼ା ସହ ପିଲାଙ୍କ ସହ ଶୈକ୍ଷିକ ଗୁଣକୁ ପ୍ରୋତ୍ସାହନ ଦେବା ସୁରଭିର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ।
୯ଟି ବିଦ୍ୟାଳୟରୁ ୧୨୫ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇ ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ସାହୁ, ଭୀମସେନ ପରିଡ଼ା, ସାବିତ୍ରୀ ସାହୁ, ତୁଳସୀ ପଣ୍ଡା, ମଂଜୁଲତା ପଣ୍ଡା, ଶିବପ୍ରସାଦ ମହାପାତ୍ର, ଗଙ୍ଗାଧର ଦାସ, ରାମଚନ୍ଦ୍ର ବ୍ରହ୍ମା କୁରାଢ଼ମଲ୍ଲ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥଲେ । ଶେଷରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031