Indus Valley Times

ସୋମବାର ଦିନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ମୌନବ୍ରତ ଭାଙ୍ଗିବେ କି ନିରଞ୍ଜନ ?

 Breaking News

ସୋମବାର ଦିନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ମୌନବ୍ରତ ଭାଙ୍ଗିବେ କି ନିରଞ୍ଜନ ?

ସୋମବାର ଦିନ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ମୌନବ୍ରତ ଭାଙ୍ଗିବେ କି ନିରଞ୍ଜନ ?
July 04
22:13 2021

Will Niranjan break his silence tomorrow?

ଭୁବନେଶ୍ୱର, ୪/ ୭ / ଅନେକ ଦିନ ହେବ ଅତି ରହସ୍ୟଜଣକ ଭାବେ ଓଡିଶାର ଶାସକ ଦଳ ବିଜେଡି ପ୍ରତି ବେଶ ନରମ ଆଭିମୁଖ୍ୟ ଆପଣାଇ ଥିବା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଦିନ ୧୧ଟାବେଳେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।


ଏହି ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କଣ କହିବେ ଜଣା ନାହିଁ । ଏବେ ସୌମ୍ୟରଞ୍ଜନ ପଟନାୟକ ଓ ଭର୍ତ୍ତୃହରି ମହତାବଙ୍କ ଭଳି ଅନେକ ନେତା ବିଜେଡ଼ି ନେତା ନବୀନ ପଟ୍ଟନାୟକଙ୍କ ଶାସନକୁ ନେଇ ପରୋକ୍ଷରେ କଟାକ୍ଷ କରିବା ଆରମ୍ଭ କଲେଣି ।
ସୌମ୍ୟରଞ୍ଜନ ପଟନାୟକ ଓ ଭର୍ତ୍ତୃହରି ଟିକା ଟେଣ୍ଡର ଠାରୁ ଆରମ୍ଭ କରି ଶାସନରେ ଅଫିସରମାନଙ୍କ ଦାଖଲ ନେଇ ନିଜ ନିଜର ସମ୍ପାଦକୀୟ ପୃଷ୍ଠାରେ ସ୍ୱର ଉତ୍ତୋଳନ କରିଛନ୍ତି ।


ବିଜେଡି ଦଳରେ ଅସନ୍ତୋଷ କୁହୁଳୁଥିବା ବେଳେ ଏଥିରୁ କଂଗ୍ରେସ ବେଶ ଫାଇଦା ନେବା କଥା । କିନ୍ତୁ ନିରଞ୍ଜନ ଫାଇଦା ନେବାର ଦୂରର କଥା, ତାଙ୍କ ନୀରବତାରରେ ବିଜେଡି ସୁଖ ନିଦ୍ରା ପାଇଁ ସତେ ଯେମିତି ପରିବେଶ ସୃଷ୍ଟି କରିଛନ୍ତି ବୋଲି ରାଜନୈତିକ ମହାହଲରେ ଚର୍ଚ୍ଚ ହେଉଛି । ଏବେ କଂଗ୍ରେସର ସ୍ୱର ସେମିତି ଶାଣିତ ନାହିଁ ।


ନିରଞ୍ଜନଙ୍କ ରହସ୍ୟମୟ ନୀରବତା ନେଇ ଦଳ ଓ ଦଳ ବାହାରେ ଅନେକ ଆଲୋଚନା ହେଉଛି । ନିଜର ବାଣିଜ୍ୟିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ନିରଞ୍ଜନ ଚୁପ ରହୁଥିବା ଆଲୋଚନା କିଛି ଚର୍ଚ୍ଚା କରୁଥିବା ବେଳେ ଆଉ କିଛି ବ୍ୟକ୍ତି ନିରଞ୍ଜନଙ୍କ ବିଜେଡ଼ି ପ୍ରତି ଅଗାଧ ଅନୁରକ୍ତି ଯୋଗୁ ସେ ଏଭଳି ଅବତାର ଆପଣାଇଛନ୍ତି ବୋଲି କହୁଛନ୍ତି ।
ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନଙ୍କ ଆଭିମୁଖ୍ୟ ସମ୍ପର୍କରେ କିଛି ଆଭାସ ମିଳିବ ବୋଲି ଅନେକେ ଆକଳନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031