Indus Valley Times

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ

 Breaking News

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ
May 24
20:29 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି ।
ବାରଖମା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ ଗ୍ରାମରେ ଏ ସି ଏମ ଛିଞ୍ଚନ ବିଷୟରେ ଫୁଲବାଣୀ ହେଡକ୍ୱାଟର ରୁ ଆସିଥିବା ଜିଲ୍ଲା ଭେଟନାର ଭାଇଟର ରୋଗ ନିୟନ୍ତ୍ରଣ ପରାମର୍ଶ ଦାତା ସୁଜିତ କୁମାର କାର୍ଜି, ଡ.ବଦ୍ରି ନାରାୟଣ ସାମଲ ସ୍ୱସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ବାରଖମା, ଲେପ୍ରସୀ କର୍ମଚାରୀ ମନୋଜ ପାତ୍ର, ଉପ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ଯୋଗ ଦେଇ ପ୍ରାଞ୍ଜଳ ଭାବରେ ସ୍ପ୍ରେ ୱାର୍କେର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।
ପ୍ରଥମେ ଏକ ଲିଟର ପାଣିରେ ୨. ୫୦ ଗ୍ରାମ ଏ ସି ଏମ ମିଶ୍ରଣ କରି ୯ ଲିଟର ଥିବା ବାଲଟିଏ ପାଣିରେ ମିଶ୍ରଣ କରି , ଶୋଇବା କଠୋରୀ, ଅନ୍ଧାର ସ୍ଥାନ ଯେଉଁଠିକି ମଶା ରହିବା ସ୍ଥାନ ସେହି ସ୍ଥାନ ମାନଙ୍କରେ ଏ ସି ଏମ ସ୍ପ୍ରେ କରିବାକୁ କୁହାଯାଇଥିଲା ।
ଏଜ ମିନିଟି ରେ ୨୫ ଥର ପମ୍ପଙ୍ଗି କରିବା, କାନ୍ଥରେ ଦେଢଫୁଟ ଦୂରତାରେ ରହି ଛିଞ୍ଚନ କରିବା, କୈଣସି ଚଟାଣ ରେ କିମ୍ବା ବାରଣ୍ଡା ଏ ସି ଏମାକୁ ମିଶ୍ରଣ ନ କରି ବେନର କିମ୍ଵା ପଲିଥିନ ଉପରେ ମିଶ୍ରଣ କରିବା ଏହିପରି ଭାବରେ ନିଜର କିମ୍ଵା ଅନ୍ୟ କାହାର କ୍ଷତି ନ କରି କେଵଳ ମଶା ମାନଙ୍କ ଶୁଣ୍ଡକୁ ଅକାମି କରି ମ୍ୟାଲେରିଆ ରୁ ମୁକ୍ତ ରହିବାକୁ ତାଲିମ୍ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡି, ଆଶାଦିଦି, ଏବଂ ଓରଦା ସ୍ବେଛାସେବୀ ଅନୁଷ୍ଠାନ, ବନଶ୍ରୀ କଳାସାଂସ୍କୃତିକ ଯୁବ ପରିଷଦ,କୁମ୍ଭାର ମୁଣ୍ଡା ଦାରିଙ୍ଗବାଡି,ଅନୁଷ୍ଠାନ, ର ସ୍ବେଛାସେବୀ ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।
କ୍ରିଷ୍ଣା ଚନ୍ଦ୍ର ଦିଗାଳ (ବୁଲୁ) ଙ୍କ ନେତୃତ୍ୱ ରେ ୧୬ ଜଣ ସ୍ବେଛାସେବୀ ଚଳିତ ମାସ ୨୫ ତାରିଖ ଠାରୁ ୨୭ ତାରିଖ ତିନି ଦିନ ଧରି ଉକ୍ତ ଛିଞ୍ଚନ କାର୍ଯ୍ୟକ୍ରମ ରେ ଲିପ୍ତ ରହି ମ୍ୟାଲେରିଆ ମୁକ୍ତ କନ୍ଧମାଳ ଗଠନ କରିବାକୁ ପ୍ରୟାସ ଜାରିରଖିବେ ବୋଲି ଜଣାପଡିଛି ।
ବାଲିଗୁଡାରେ ଗ୍ରୀଷ୍ମ ପ୍ରବାହ ବଢୁଛି : ୪୨ ଡିଗ୍ରୀ ପାର କଲା ପାରଦ : ବିଦ୍ୟୁତ ର ଲୁଚକାଳି ଖେଳ ରେ ଜନ ଅସନ୍ତୋଷ
ବାଲିଗୁଡା, ୨୪/୫ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି।
ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ସେଲସିୟସରୁ ଅଧୂକ ରେକର୍ଡ କରାଯାଇଛି। ସକାଳ ୮ଟା ବାଜିବା ମାତ୍ରେ ତାତି ଏତେ ବଢ଼ିଯାଉଛି ଯେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି।
ଏପରି ସ୍ଥଳେ ଦିନ ତମାମ ବିଦ୍ୟୁତ ର ଲୁଚକାଳି ଖେଳ ଜନସାଧାରଣ ଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଅସହ୍ୟ ତାତି ଓ ଗରମ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଯୋଗୁଁ ବାଲିଗୁଡା ରେ ଲୁର ପ୍ରଭାବ ଦେଖୁବାକୁ ମିଳୁଛି। ଦ୍ଵିପ୍ରହର ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଉଛି ।
ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ପ୍ରବଳ ଗରମ ଜାରି ରହିବ ବୋଲି ଅନୁମାନ କରାଯାଉଛି। ପ୍ରବଳ ଖରା ଓ ଗରମ ଯୋଗୁଁ ସ୍ଥାନୀୟ ବ୍ୟବସାୟ ଓ ଦୈନିକ ମଜୁରିଆଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି।
ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକମାନେ ଛତା, ଠେକା ଏବଂ ପ୍ରଚୁର ପାଣି ବ୍ୟବହାର କରୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜରୁରୀ କାର‌୍ୟ୍ୟ ନଥିଲେ ଦ୍ଵିପ୍ରହର ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ ବାହାରକୁ ନ\’ବାହାରିବା ପାଇଁ ଅନୁରୋଧ କରା ଯାଇଛି।
ଏହା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣରେ ପାଣି, ଦହି, ତୋରାଣି ଏବଂ ଓଆରଏସ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031