Indus Valley Times

ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

 Breaking News

ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ

ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
October 30
09:00 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୦ : ବୁଧବାର ଚାରିଘଣ୍ଟା ତିରିଶ ମିନିଟ୍ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ମା ଠାକୁରାଣୀ ୟୁଥ୍ କ୍ଲବ୍ ମିଲିତି ଆନୁକୁଲ୍ୟରେ ବୌଦ୍ଧ ବ୍ଳକ୍ ଯମଟାଙ୍ଗି ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
ହଇଯାଇଛି ।
ଉଦଯାପନୀ ଉତ୍ସବରେ ମେରା ଯୁବା ଭାରତର ଆସ୍ମାନ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥିଭାବେ ବାଉଁସୁଣୀ ସାଂସ୍କୃତିକ ପରିଷଦ ର ସଭାପତି ଶୁଶାନ୍ତ ବାଘ, ଜିଶୁଦେବ ପ୍ରଧାନ, ରକସା ପେକ୍ସ ସଭାପତି ଶିବ ଶଙ୍କର କର୍ଣ୍ଣ, ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ଫୁଟବଲ ପ୍ରତିଯୋଗିତାରେ କନାପଡ଼ା ଓ ମୂରର୍ଶୁଣ୍ଡି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଗୋଟେ ଗୋଲ୍ ଦେଇ କନାପଡା ଦଲ ବିଜୟୀ ହୋଇଥିଲେ ।
ଆଜିର ପ୍ରତିଯୋଗିତାରେ ପ୍ରହଲ୍ଡାଦ୍ ଭୋକ୍ତା ,ତାପସମୟ ଭୋକ୍ତା, ସତ୍ୟଜିତ ବେହେରା, ରଜନୀ କାନ୍ତ ଭୋକ୍ତା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
କୃତି ପ୍ରତିଯୋଗଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ସାର୍ଟିପିକେଟ ପ୍ରଦାନ କରିଥିଲେ । ଏଥିରେ ମା ଠାକୁରାଣୀ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031