Indus Valley Times

ଯାଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଟାଟା ଏସିଇକୁ ପିଟିଲା କାର୍

 Breaking News

ଯାଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଟାଟା ଏସିଇକୁ ପିଟିଲା କାର୍

ଯାଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଟାଟା ଏସିଇକୁ ପିଟିଲା କାର୍
January 13
19:15 2025

ଭୁବନେଶ୍ୱର,୧୩/୧ : ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଯାଆଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟାଟା ଏସିଇକୁ ଧକ୍କା ଦେଲା ଏକ କାର୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଆସୁଥିବା କାର୍ ଭୁବନେଶ୍ବର ଯାଉଥିବାବେଳେ ହଠାତ ରୋଡ୍ ଡିଭାଇଡର ଭାଙ୍ଗି ବିପରୀତ ପଟୁରୁ ଟାଟା ଏସିଇକୁ ଧକ୍କା ଦେଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ଇନଫୋ ଭ୍ୟାଲି ଥାନା ପୁଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଇବା ସହ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି କରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31