Indus Valley Times

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଗୃହର କାର୍ଯ୍ୟ ଆରମ୍ଭ: ଉପକୃତ ହେବେ ଭଦ୍ରକ ଓ ଯାଜପୁର ବାସୀ

 Breaking News

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଗୃହର କାର୍ଯ୍ୟ ଆରମ୍ଭ: ଉପକୃତ ହେବେ ଭଦ୍ରକ ଓ ଯାଜପୁର ବାସୀ

November 09
20:07 2020

ଯାଜପୁର,୯/୧୧: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ତତ୍ୱାବଧାନରେ ଆରକେ ଇନଫ୍ରାପ୍ରୋଜେକ୍ଟ ଦ୍ୱାରା ନୂତନ ୭ ତାଲା ବିଶିଷ୍ଟ ଗୃହ ନିର୍ମାଣ କାମ ଅରମ୍ଭ ହୋଇଛି । ଏହା ଦ୍ୱାରା ଉଭୟେ ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀ ଉପକୃତ ହେବେ ବୋଲି କୁହାଯାଉଛି । ଏହାର ସମସ୍ତ ଶ୍ରେୟ ଯାଇଛି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚେଷ୍ଟା ଯୋଗୁ । ୨୦୨୨ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ଓ ଏଠାରେ ଅତ୍ୟାଧୁନିକ ସେବା ଯୋଗାଇବାର ସମସ୍ତ ବ୍ୟବସ୍ଥା ରହିବ । ଏହି ୭ ମହାଲା ବିଶିଷ୍ଠ ନୂତନ ଗୃହରେ ୨୫୦ ଶଯ୍ୟା ରହିବ । ୩୮କୋଟି ୭୬ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କଟକ ମଣ୍ଡଳ ତାରା ପ୍ରସାଦ ମିଶ କହିଛନ୍ତି , ପାଣିକୋଇଲି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକ ତତ୍ୱବଧନାରେ ନିର୍ମାଣ କାମ ଚାଲିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031