Indus Valley Times

ଯାଜପୁର ଠାରେ ଆଗାମୀ କାଳୀ ପୂଜା ଓ ଲଷ୍ମୀ ନାରାୟଣ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

 Breaking News

ଯାଜପୁର ଠାରେ ଆଗାମୀ କାଳୀ ପୂଜା ଓ ଲଷ୍ମୀ ନାରାୟଣ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

September 27
11:00 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୭/୯: କାଳୀପୂଜା ଯାଜପୁର ଜିଲ୍ଲାରେ ଏକ ଗଣ ପର୍ବ ହୋଇଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଚଳିତ ବର୍ଷ ଗଣପର୍ବ କାଳୀପୂଜା କୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାର୍ଦ୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ ଭସାଣି କୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କର ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲାପାଳ ଶାନ୍ତି କମିଟି ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କମିଟି ରେ ସବୁ ବର୍ଗ ଓ ସବୁ ଭାଗର ବ୍ୟକ୍ତି ମାନଙ୍କୁ ସାମିଲ କରି ପ୍ରଶାସନ କୁ ପ୍ରଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଏଥି ସହିତ ଚଳିତ ବର୍ଷ ପୂଜା ମଣ୍ଡପ ପାରିପାର୍ଶ୍ଵିକ ଅଞ୍ଚଳରେ ସ୍ୱଚ୍ଛତା ରଖିବାପାଇଁ ପରାମର୍ଶ ଦେଇଥିଲେ। ବିଭିନ୍ନ ପୂଜା କମିଟି ଓ ପୂଜା ମଣ୍ଡପ ଗୁଡ଼ିକର ସଭାପତି, ସମ୍ପାଦକ, ଶାନ୍ତି କମିଟିର ସଦସ୍ୟ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇ ବିଭିନ୍ନ ପ୍ରସ୍ତାବମାନ ଉତ୍ଥାପନ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ରେ ପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ମାନେ ଆଗାମୀ ପୂଜାକୁ ଶାନ୍ତି ଶୁଙ୍ଖଳାର ସହ ସମାପନ ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ।
ବିଭିନ୍ନ ଶାନ୍ତି କମିଟି ଓ ପୂଜା କମିଟି ତରଫରୁ ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅକ୍ଟୋବର ୧୯ ତାରିଖରେ ଲଷ୍ମୀନାରାୟଣ ପୂଜା ଏବଂ ୨୦ ତାରିଖ ଠାରୁ ମା କାଳୀ ପୂଜା ଆରମ୍ଭ ହେବା ସହ ଅକ୍ଟୋବର ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଭସାଣି ଉତ୍ସବ ପାଳନ ହେବ ବୋଲି ବୈଠକରେ ନିଷ୍ପତି ନିଆଗଲା।
ସିଙ୍ଗଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ସମସ୍ତ ପୂଜା କମିଟି ତାଙ୍କର ଫାୟର ସାର୍ଟିଫିକେଟ, ସାରଣ ପରମିଶନ ଓ ଇଲେକ୍ଟ୍ରିକ ସାର୍ଟିଫିକେଟ ଆବେଦନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନେବା ପାଇଁ ବ୍ୟବସ୍ଥା କରାଯିବ ।
ପୂଜା ସମୟରେ ପ୍ରତ୍ୟେହ ରାତ୍ରି ୧୨ ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଭସାଣିକୁ ଡିଜେ ମୁକ୍ତ, ନିଶାମୁକ୍ତ ଏବଂ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ପୂର୍ବକ ଆଇନ୍ ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ ପୂଜା ମଣ୍ଡପ ଓ ପୂଜା କମିଟିର ସଭାପତି ଓ ସମ୍ପାଦଳ ମାନଙ୍କୁ ଅନୁରୋଧ କରିଥିଲେ।
ପୂଜା ମଣ୍ଡପରେ ଭଲେଣ୍ଟିୟର ରଖିବା, ମଣ୍ଡପରେ ସୁନା, ରୁପା ଗହଣା ସମ୍ପର୍କରେ ପୋଲିସ କୁ ସୂଚନା ଦେବା, ନିଶା ସେବନ କରି ଗାଡି ଚଲେଇବା ଉପରେ ନଜର ରଖାଯିବ, ଡିଜେ ବ୍ୟବହାର ନକରିବା, ଜଳବାହିତ ରୋଗ ନ ବ୍ୟାପିବା ପାଈଁ ଫୁଡ ସେଫଟି ଅଧିକାରୀ ଚେକିଂ କରିବେ, ଟ୍ରାଫିକ ନିୟନ୍ତ୍ରଣ, ମଣ୍ଡପରେ ସିସିଟିଭି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।
ସେହିପରି ପୂଜା କମିଟିମାନ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣି ର ବ୍ୟବସ୍ଥା କରିବା, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ଶବ୍ଦ ପ୍ରଦ୍ୟୁଷଣ ନ କରିବା, ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିବା, ଶାନ୍ତି କମିଟିର ସଦସ୍ୟ ମାନେ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ଟ୍ରାଫିକ ନିୟନ୍ତ୍ରଣ, ରାସ୍ତା ମରାମତି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ୨ ରୁ ୩ ଗୋଟି ଟ୍ରାନସଫର୍ମର ମହଜୁଦ କରି ରଖିବା ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବାପାଇଁ କମିଟିର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ।
ସେହିପରି ପୂଜା ମଣ୍ଡପ ନିକଟରେ ସି.ସି କ୍ୟାମେରା ଲଗାଇବା, ଭସାଣି ଦିବସରେ ମଦ ଦୋକାନ ବନ୍ଦ ରଖିବା, ପୌରାଞ୍ଚଳରେ ସମସ୍ତ ରାସ୍ତା ଘାଟ ମରାମତି,ଆଲୋକିକରଣ କରିବା, ଶୁଦ୍ଧ ପାନୀୟ ଜଳଯୋଗାଣ, ଡ୍ରେନ ମରାମତି ଆଦି କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋପରି ଯାଜପୁର ଜିଲ୍ଲାର ଗଣ ପର୍ବ କାଳୀ ପୂଜାକୁ ଆନନ୍ଦ ଉଲ୍ଲାସ ଏବଂ ଭକ୍ତି ଭାବସହ ପାଳନ କରି ସମସ୍ତେ ମା\’ ଙ୍କ କୃପା କରୁଣା ଲାଭ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀ ଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।
ଆଜିର ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଯୋଗଦେଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କୁ ଆଗେଇ ନେଇଥିଲେ।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ ବିଭାଗ, ନିର୍ବାହୀ ଅଧିକାରୀ,ଯାଜପୁର ମ୍ୟୁନିସିପାଲିଟି, ଅବକାରୀ ଅଧିକ୍ଷକ, ଅଗ୍ନିଶମ ଅଧିକାରୀ ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା ଓ ଶାନ୍ତି କମିଟିର ସଭାପତି, ସମ୍ପାଦକ,ବରିଷ୍ଠ କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଡିଏସ ପି, ଟାଉନ ଥାନା ଶ୍ରୀ ଶରତ ଚନ୍ଦ୍ର ପାତ୍ର ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ଉପରେ ସୂଚନା ପ୍ରଦାନ କରିଥିଲେ।
ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930