Indus Valley Times

ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୭ଜୀବନ

 Breaking News

ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଚାଲିଗଲା ୭ଜୀବନ

February 25
10:36 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର ,୨୫/୨: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଏକ ଆଇଚର ପିଟିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଦୁର୍ଘଟଣାଗ୍ରସ୍ତ ଏକ ଲୁହା ଗୁଣ୍ଡ ବୋଝେଇ ଗାଡ଼ି ୪ ଦିନ ହେଲା ଛିଡ଼ା ହୋଇଥିଲା।
ତେବେ ଆଜି ଭୋରରୁ ଘନ କୁହୁଡ଼ି ହୋଇଥିବା ବେଳେ କଲିକତା ପଟୁ ଦ୍ରୁତ ଗତିରେ ଏକ ଆଇଚର ଗାଡ଼ି ଆସୁଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ନିକଟରେ ତାହା ଭାରସାମ୍ୟ ହରାଇ ତାହା ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍ ପଛ ପଟେ ପିଟି ହୋଇଥିଲା। ଫଳ ରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଇଚରରେ ଥିବା ୭ ଜଣଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁ ହୋଇଥିଲା।
ଆଉ ଜଣେ ଟ୍ରକ୍ ଉପରେ ରହି ଯାଇଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନା ରେ ଭର୍ତି କରାଯାଇଥିଲା। ଖବର ପାଇ ଧର୍ମଶାଳା ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗ୍ୟାସ୍ କଟରରେ ଟ୍ରକ୍ଟିକୁ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ। ଏଥିସହ ଟ୍ରକ୍ ଉପରେ ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି।
ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି। ଆଇଚର ଗାଡ଼ିଟି ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତକ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ତାତିବା ସହ ରାସ୍ତାରୋକ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ି ରାସ୍ତା ପାର୍ଶ୍ୱରେ ଛିଡ଼ା ହେଉଥିବା ବେଳେ ତାହାକୁ ନ ହଟାଇବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।
ପୁଲିସ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିବା ଜଣାଯାଇଛି। ତେବେ ଏହି ଜାତୀୟ ରାଜପଥ କଡ ରେ ଟ୍ରକ ଗୁଡ଼ିକ ପାର୍କିଂ କରୁଥିବାରୁ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି। ତଥାପି ପ୍ରଶାସନ ର ଚେତା ପଶୁନି। ଅପର ପକ୍ଷରେ ସକାଳ ସମୟରେ ଘନ କୁହୁଡି ଯୋଗୁଁ ଏପରି ଭୟଙ୍କର ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି

 

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031