Indus Valley Times

ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ପରଲୋକ

 Breaking News

ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ପରଲୋକ

April 27
16:58 2021

ଭୁବନେଶ୍ୱର/ଜଗତସିଂହପୁର, ୨୭/୪ : ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ମହାମାରୀ କୋଭିଡ୍ର ମାୟା ଜାଲରେ ଛନ୍ଦି ହୋଇ ସବୁଦିନ ପାଇଁ ସେ ଚାଲିଯାଇଛନ୍ତି ଅଫେରା ରାସ୍ତାରେ। ମଙ୍ଗଳବାର ସକାଳେ ତାଙ୍କର ଭୁବନେଶ୍ୱରରେ ଏକ କୋଭିଡ୍ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକ ଛାୟା ଖେଳି ଯାଇଛି।
କେନ୍ଦ୍ରାପଡ଼ାରେ ଖେଳୁଥିଲା କଳିଙ୍ଗ ଗଣନାଟ୍ୟ। ରାଜ୍ୟରେ ହଠାତ୍ କରୋନା ଗ୍ରାଫ୍ ବଢ଼ିବାରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଯାହାଫଳରେ କେନ୍ଦ୍ରାପଡ଼ାରେ ହେଉଥିବା ଯାତ୍ରା ଅଧାରୁ ବନ୍ଦ ହେଲା। ସବୁ କଳାକାର ଘରକୁ ଫେରିଲେ। ଜଗା ଭାଇ ମଧ୍ୟ ବଳଙ୍ଗା ସ୍ଥିତ ନିଜ ଘରକୁ ଫେରିଲେ। ତେବେ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ।
ପରିବାର ଲୋକେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜେଟିଭ୍ ଆସିବାରୁ ଜଗଭାଇଙ୍କୁ ପୁରୀ ସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିନଥିଲା। ତିନି ଦିନ ତଳେ ତାଙ୍କୁ ଭୁବନେଶ୍ୱର ସ୍ଥିତ ନୀଳାଚଳ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ବିୟୋଗ ହୋଇଯାଇଛି। ସତ୍ୟ ନଗର ଶ୍ମଶାନରେ କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ଜଣାପଡ଼ିଛି।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031