Indus Valley Times

ଯୁକ୍ତ ୨ ଛାତ୍ରୀଙ୍କୁ ଛୁରାମାଡ, ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ

 Breaking News

ଯୁକ୍ତ ୨ ଛାତ୍ରୀଙ୍କୁ ଛୁରାମାଡ, ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ

ଯୁକ୍ତ ୨ ଛାତ୍ରୀଙ୍କୁ ଛୁରାମାଡ, ପରୀକ୍ଷା ଦେଇ ଫେରୁଥିବା ବେଳେ ଆକ୍ରମଣ
March 02
16:48 2023

ରାୟଗଡ଼ା,୨/୩: ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଜଣେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ଛୁରାମାଡ଼ର ଶିକାର ହୋଇଥିବା ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଗୁମୁଡ଼ାସ୍ଥିତ ଦ୍ରୌପଦୀ ବିଦ୍ୟାପୀଠରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ ବିଷମକଟକ ଅଞ୍ଚଳର ଛାତ୍ରୀ ଜଣକ ଘରକୁ ଫେରୁଥିଲେ। ତାଙ୍କୁ ଜଣେ ଯୁବକ ଟାର୍ଗେଟ କରି ପୂର୍ବରୁ ପ୍ରସ୍ତୁତ ଥିଲା। ଛାତ୍ରୀକୁ ଦେଖିଲା ମାତ୍ରେ ଯୁବକ ଏକ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲା।
ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ କାବୁକରି ପୁଲିସର ଜିମା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ଅପ୍ରୀତିକର ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031