Indus Valley Times

ଯୁକ୍ତ ୩ ବିଜ୍ଞାନ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଦଶପଲ୍ଲା ବିଧାୟକ

 Breaking News

ଯୁକ୍ତ ୩ ବିଜ୍ଞାନ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ଦଶପଲ୍ଲା ବିଧାୟକ

November 03
13:54 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ଦଶପଲ୍ଲା,୩/୧୧: ନୟାଗଡ ଜିଲ୍ଲା ଦଶପଲ୍ଲା ବି.ଏସ କଲେଜ୍ ର +୩ ବିଜ୍ଞାନ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ତତ୍ ସହିତ କଲେଜ୍ ର ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରିଶ୍ରମ କୁ ପ୍ରଶଂସା କରିଛନ୍ତି।କଲେଜ୍ ରେ ୪୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୬ ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ସେହି ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଏ+ ଗ୍ରେଡ ରେ ରସାୟନ ବିଜ୍ଞାନ ର ଛାତ୍ର ପବିତ୍ର କୁମାର ସାହୁ,ପ୍ରିତିଶ୍ ପଟ୍ଟନାୟକ,ସନାତନ ବେହେରା,ସରୋଜ କୁମାର ସାହୁ,ପ୍ରଶାନ୍ତ କୁମାର ସାହୁ କୃତିତ୍ୱ ଅର୍ଜନ କରିଥିବା ବେଳେ ପଦାର୍ଥ ବିଜ୍ଞାନ ରେ ଏ ଗ୍ରେଡ୍ ରେ ଦିପ୍ତିମୟୀ ମହାପାତ୍ର ,ଗଣିତ ରେ ବବୁଲ କୁମାର ଦାସ,ଉଦ୍ଭିଦ ବିଜ୍ଞାନରେ ମାତୃ ପ୍ରସାଦ ଦାସ ଓ ପ୍ରାଣୀ ବିଜ୍ଞାନରେ ଜ୍ୟୋତିର୍ମୟୀ ସାହୁ ପ୍ରମୁଖ ଏ ଗ୍ରେଡ ରେ ରହି କଲେଜ୍ ଟପ୍ପର ହୋଇଛନ୍ତି। ବି ଏସ କଲେଜ୍ ରେ ଶତପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031