Indus Valley Times

ଯୁବପିଢ଼ିଙ୍କ ପାଇଁ ଓଲିଉଡ୍‌କୁ ଅପ୍‌ଡେଟ୍ ହେବାକୁ ପଡ଼ିବ: ମନୋଜ ମିଶ୍ର

 Breaking News

ଯୁବପିଢ଼ିଙ୍କ ପାଇଁ ଓଲିଉଡ୍‌କୁ ଅପ୍‌ଡେଟ୍ ହେବାକୁ ପଡ଼ିବ: ମନୋଜ ମିଶ୍ର

November 13
22:29 2024

ଭୁବନେଶ୍ୱର, ୧୩/୧୧ : ଓଲିଉଡ ଏବେ ଦୁଇ ଫାଳ । ଗୋଟିଏ ପଟେ ମନୋଜ ମିଶ୍ର, ଆଉ ଗୋଟାଏ ପଟେ ପୁରା ଓଲିଉଡ୍ । ସାଇବର ଥାନାରେ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । ଓଲିଉଡ୍ ମୋ ବୋପାର ନୁହେଁ, କିନ୍ତୁ ଯିଏ ଓଡ଼ିଆ ସିନେମାର ଶତ୍ରୁ, ସିଏ ମୋର ଶତ୍ରୁ ବୋଲି କହିଛନ୍ତି ମନୋଜ ।
ବୁଧାବର ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ଯେଉଁ ଫିଲ୍ମ ମୁଁ ଦେଖେ ତା ପରେ ଯାଇ ପ୍ରତିକ୍ରିୟା ରଖେ । ଯଦି ଭଲ ହୋଇଥାଏ ତାହା ହେଲେ ମୁଁ ତାକୁ ପ୍ରମୋଟ୍ କରେ ।
କିନ୍ତୁ ଅନ୍ୟ କୌଣସି ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ ସେତିକି ପ୍ରମୋଟ୍ କରନ୍ତି ନାହିଁ । ଫିଲ୍ମ ମାନେ ଗୋଟେ ବିଜନେସ୍ । ବିଜନେସ୍ ର ମାନେ ହେଲା ଗ୍ରୋ କରିବା ଦରକାର । କିନ୍ତୁ ଦୁଃଖର ବିଷୟ ଏହା ତଳକୁ ଯାଉଛି ପଛେ ଆଗକୁ ଯାଉନି ।
ସେ ଆହୁରି କହିଛନ୍ତି, ମୁଁ ୧୦ ବର୍ଷ ତଳେ ଫିଲ୍ମ ପାଇଁ ଯେତିକି ଟଙ୍କା ପାଉଥିଲି । ୧୦ ବର୍ଷ ପରେ ତା’ଠାରୁ କମ୍ ଟଙ୍କା ପାଉଛି ।
ଏଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ନିର୍ମାତା ମାନେ ଦାୟୀ ଅଟନ୍ତି ବୋଲି ମନୋଜ କହିଛନ୍ତି । ବେଶି ନୁହେଁ ବରଂ ଦମନ ଓ କର୍ମ ପରି ଗୋଟିଏ ଗୋଟିଏ କଣ୍ଟେଣ୍ଟ ଥିବା ଫିଲ୍ମ ବନାଇବାକୁ ପଡିବ । ତେଣୁ ନିଜ ଦୋଷ ଦୁର୍ବଳତା ନ ଦେଖି ମୋତେ ଦୋଷାରୋପ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି ମନୋଜ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ନିର୍ଦ୍ଦେଶକ ଓ ପ୍ରଯୋଜକ ସଂଘ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ସାଇବର ଥାନାରେ ଏତଲା ଦେଇଛନ୍ତି ।
ପ୍ରାୟ ୪୦ ଜଣ ନିର୍ଦ୍ଦେଶକ ଏକାଠି ହୋଇ ଏତଲା ଦେଇଛନ୍ତି । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ ମନୋଜଙ୍କ ଷ୍ଟ୍ରାଟେଜି କେମିତି ମିଡ଼ିଆ ଆଟେନସନ୍ ପାଇବେ । ମୋ ବିରୁଦ୍ଧରେ ପ୍ରଥମେ ଲେଖିଲେ ଅନେକ କିଛି । ପରେ ବିଭିନ୍ନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କହିଲେ।
ସେଥିପାଇଁ ଏତଲା ଦିଆଯାଇଛି । କେଉଁ ଫିଲ୍ମ ଚାଲିବ ନଚାଲିବ ତାହା କେହି ଜାଣିନାହାନ୍ତି ଏଣୁ ଜଣକ ପାଇଁ ସମସ୍ତଙ୍କୁ ଦାୟୀ କରିବା କେତେ ଦୂର ଠିକ୍। ମୋ ବିରୁଦ୍ଧରେ ଯଦି ସେ କିଛି କହୁଛନ୍ତି ମୋର ଆପତ୍ତି ନାହିଁ, ସେ କାହାକୁ ସାର୍ଟିଫିକେଟ ଦେବା ଦରକାର ନାହିଁ। ସବୁ କଥାର ଶାଳୀନତା ଥାଏ, ମନୋଜ ମିଶ୍ର ଶାଳୀନତା ରଖି କୁହନ୍ତୁ । ମନୋଜ ମିଶ୍ରଙ୍କର ଉନ୍ନତି ହେଉ ସମସ୍ତଙ୍କୁ ସପୋର୍ଟ କରନ୍ତୁ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031