Legatus

ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍ ଧମକ; ୪୦ ଲକ୍ଷ ମାଗି ଫସିଲେ ମହିଳା

 Breaking News

ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍ ଧମକ; ୪୦ ଲକ୍ଷ ମାଗି ଫସିଲେ ମହିଳା

July 26
11:10 2023

ଗୁରୁଗ୍ରାମ, ୨୬/୭: କ୍ରିକେଟ୍ ଖେଳାଳି ଯୁବରାଜ ସିଂହଙ୍କ ମାଆ ଶବ୍ନମ୍ ସିଂହଙ୍କୁ ଧମକ ଦେଇ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଭଚ୍ଚ
‘ଡିସିପି’ (ପୂର୍ବାଞ୍ଚଳ) ନୀତୀଶ ଅଗରୱାଲ୍ କହିଛନ୍ତି, ଗତବର୍ଷ ଅଭିଯୁକ୍ତାଙ୍କୁ ଯୁବରାଜ ସିଂହଙ୍କ ସାନଭାଇଙ୍କ ତତ୍ତ୍ବାବଧାରିକା ଭାବେ ରଖାଯାଇଥିଲା। କିନ୍ତୁ, କାର‌୍ୟ୍ୟ ସନ୍ତୋଷଜନକ ମନେ ନ ହେବାରୁ ତାଙ୍କୁ ବାହାର କରିଦିଆଯାଇଥିଲା। ମାତ୍ର ବର୍ଷେ ପରେ ଅଭିଯୁକ୍ତା ଯୁବତୀ ଫୋନ୍ କରି ଶବ୍ନମ୍ ସିଂହଙ୍କୁ ଧମକ ଦେଲେ ଯେ, ୪୦ ଲକ୍ଷ ଟଙ୍କା ନ ଦେଲେ ମିଥ୍ୟା ମାମଲା ରୁଜୁ କରି ସେ ତାଙ୍କ ପରିବାରକୁ ବଦନାମ କରିଦେବେ।
‘ଡିଏଲ୍ଏଫ୍ ଫେଜ୍ ୧’ ଥାନାରେ ଶବ୍ନମ୍ ସିଂହ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ପୁଅର ଦେଖାଶୁଣା କରିବା ପାଇଁ ମୁଁ ଜଣେ ତତ୍ତ୍ବାବଧାରିକା ରଖିଥିଲି। ତା’ର କାର‌୍ୟ୍ୟ ଓ ବ୍ୟବହାର ଅସନ୍ତୋଷଜନକ ହେବାରୁ ତାକୁ ବାହାର କରିଦେଇଥିଲି।
ଅଭିଯୋଗ ଆଧାରରେ ପୁଲିସ ସୋମବାର ଦିନ ଥାନାରେ ‘ଏଫ୍ଆଇଆର୍’ ପଞ୍ଜୀକୃତ କରି ପୁଲିସ ଅଭିଯୁକ୍ତାଙ୍କୁ ଗିରଫ କରିବାକୁ ଯୋଜନା କରିଥିଲା। ସେହି ଅନୁସାରେ, ଶବ୍ନମ୍ ସିଂହ ୫ ଲକ୍ଷ ଟଙ୍କା ନେଇ ଅଭିଯୁକ୍ତାଙ୍କୁ ଦେବା ପାଇଁ ଗୁରୁଗ୍ରାମସ୍ଥିତ ଏକ ମଲ୍ ଯାଇଥିଲେ। ତାଙ୍କଠାରୁ ଅଭିଯୁକ୍ତା ଟଙ୍କା ଗ୍ରହଣ କରୁଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ି ଗିରଫ ହେଲେ।
ଅଭିଯୁକ୍ତା ଦକ୍ଷିଣ ଦିଲ୍ଲୀରେ ବାସ କରନ୍ତି। ଘଟଣା ସଂକ୍ରାନ୍ତରେ ପୁଲିସ ତଦନ୍ତ ଅଧିକ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31