Indus Valley Times

ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ

 Breaking News

ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ
June 21
21:26 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି ।
ଏଥିରେ ଅଧ୍ୟକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ ଯୁବ ରେଡକ୍ରସ୍ ର ଜିଲ୍ଲା ସଂଯୋଜକ କାଉନସେଲର ମାନସରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀ ହମନ୍ ଦିବାକା, ପ୍ରଶାସନିକ ଅଧିକାରୀ ଡ.ସୁଶାନ୍ତ କୁମାର ଦାସ, କ୍ରୀଡା ପ୍ରଶିକ୍ଷକ ଗଂଗାଧର ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ରହି ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରି ନିଜକୁ ଫିଟ୍ ରଖିବାକୁ ସଂକଳ୍ପ କରି ଖୁସି ଅନୁଭବ କରିଥିଲେ ।
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ
ବାଲିଗୁଡ଼ା, ୨୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ସମବାୟ ସମିତି ଦ୍ୱାରା ପରିଚାଳିତ ଖଲି ଗୋଦାମ ରେ ରବିବାର ଭୋରରୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ଗୋଦାମରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଗୋଦାମ ର କର୍ମଚାରୀ ଓ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲିଭିବା ବେଳକୁ ଗୋଦାମରେ ମହଜୁଦ ଥିବା ଶିଆଳି ଖଲି, କଞ୍ଚା ହଳଦୀ ଏବଂ ୟୁରିଆ ସାର ସମ୍ପୂର୍ଣ୍ଣ ଭାବେ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।
ପ୍ରାଥମିକ ଆକଳନ ଅନୁସାରେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ଘଟିଥିବା ବେଳେ ଏହା ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
କିନ୍ତୁ ପ୍ରକୃତ ରେ କିପରି ନିଆଁ ଲାଗିଲା, ସେ ନେଇ ବାଲିଗୁଡ଼ା ଅଗ୍ନିଶମ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930