Indus Valley Times

ଯୁବ ଲେଖକ ସମ୍ମିଳନୀ ର ଦ୍ଵିତୀୟ ପର୍ଯ୍ୟାୟରେ ଗଳ୍ପ ଓ ପ୍ରବନ୍ଧ ଲିଖନ ଏବଂ କବିତା ପା ଠୋତ୍ସବ ଅନୁଷ୍ଠିତ

 Breaking News

ଯୁବ ଲେଖକ ସମ୍ମିଳନୀ ର ଦ୍ଵିତୀୟ ପର୍ଯ୍ୟାୟରେ ଗଳ୍ପ ଓ ପ୍ରବନ୍ଧ ଲିଖନ ଏବଂ କବିତା ପା ଠୋତ୍ସବ ଅନୁଷ୍ଠିତ

April 12
09:14 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୪ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଯୁବଲେଖକ ସମ୍ମିଳନୀ ର ଦ୍ଵିତୀୟ ପର୍ଯ୍ୟାୟରେ ବରିଷ୍ଠ ସାହିତ୍ୟିକ ତଥା ସଂଯୋଜକ ଡ଼. ଇଂ ସଞ୍ଜୟ କୁମାର ପଣ୍ଡା, ବରିଷ୍ଠ ସାହିତ୍ୟିକ ସୁନୀଲ ହରିପାଲ, ସୁଶାନ୍ତ କୁମାର ମହାପାତ୍ର, ରମେଶ ପ୍ରସାଦ ମେହେର, ସନ୍ତୋଷ କର୍ଣ୍ଣ, ନୀଳ ଲୋହିତ ମହାପାତ୍ର, ଦୁଃଖୀଶ୍ୟାମ ବେହେରା, ଦିଲ୍ଲୀପ ମହାନ୍ତି, ପଦ୍ମାଳୟା ମିଶ୍ର, ଡ଼. ବ୍ରହ୍ମାନନ୍ଦ ନାୟକ, ସହକାରୀ ପ୍ରାଧ୍ୟ୍ୟା ପକ, ଜ୍ୟୋତିର୍ମୟୀ କଁହର, ସହକାରୀ ପ୍ରାଧ୍ୟାପିକା ପ୍ରମୁଖ ଯୋଗ ଦେଇ ସାହିତ୍ୟ ଚର୍ଚ୍ଚା, କବିତା ପଠନ, ଓଡ଼ିଆ ପକ୍ଷ ରେ ଯୁବ ଲେଖକ ସମ୍ମିଳନୀ ର ମହତ୍ୱ ଆଦି ଆଲୋଚନା କରିଥିଲେ ।
ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଅନୁଷ୍ଠିତ ଗଳ୍ପ ଲିଖନ, ପ୍ରବନ୍ଧ ଲିଖନ ଓ କବିତା ପାଠ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
ପ୍ରବନ୍ଧ ଲିଖନ ରେ ଅର୍ଚ୍ଚନା କର୍ଣ୍ଣ, ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ, ବୌଦ୍ଧ – ପ୍ରଥମ, ପୁଷ୍ପାଞ୍ଜଳି ପ୍ରଧାନ, ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ, କଣ୍ଟାମାଲ -ଦ୍ଵିତୀୟ, ଶ୍ରଦ୍ଧାଞ୍ଜଳି ସାହୁ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ବୌଦ୍ଧ – ତୃତୀୟ, ଗଳ୍ପ ଲିଖନ ରେ ଶ୍ରବଣ ନାଏକ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ପୁରୁଣାକଟକ -ପ୍ରଥମ, କଲ୍ୟାସିନୀ କୁମ୍ଭାର,ମଁ । ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଉଁସୁଣୀ – ଦ୍ଵିତୀୟ, ଆଶୁତୋଷ ରଥ, ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ, କଣ୍ଟାମାଲ- ତୃତୀୟ, କବିତା ପାଠ ରେ ନୀତିଶ କୁମାର ଭୋଇ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ବୌଦ୍ଧ -ପ୍ରଥମ, ଗୁଣବନ୍ତ ରଣା, ପଂଚାୟତ ଡିଗ୍ରୀ ମହାବିଦ୍ୟାଳୟ, କଣ୍ଟାମାଲ – – ଦ୍ଵିତୀୟ, ସ୍ମୃତି ସୁଧକ୍ଷ ବାରିକ, ପଂଚାୟତ ମହାବିଦ୍ୟାଳୟ, ବୌଦ୍ଧ – ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ ।
ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଯାନୀ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଦିନ ତମାମ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।
ଡ଼. ଇଂ ସଞ୍ଜୟ କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ସଂଗ୍ରହକ୍ଷ ଳୟ ର ସମସ୍ତ କର୍ମଚାରୀ, ଜ଼ିଲ୍ଲା ସଂସ୍କୃତି ବିଭାଗ, ବୌଦ୍ଧ ର କନିଷ୍ଠ ସହାୟକ ଶୁଭ୍ରଜିତ ଦାନୀ,ଗ୍ରନ୍ଥଗାରିକ ଅକ୍ଷୟ ମହାକୁଡ଼ , ଜିତେନ୍ଦ୍ର ମହାନ୍ତି ଓ ବୀର କିଶୋର କର୍ମୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031