Indus Valley Times

ଯୋଡାମୁଣ୍ଡ ଶିଶୁ କାଳିଆର ପରଲୋକ

 Breaking News

ଯୋଡାମୁଣ୍ଡ ଶିଶୁ କାଳିଆର ପରଲୋକ

November 25
22:03 2020

କଟକ,୨୫/୧୧ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆର ପରଲୋକ ଘଟିଛି । ବୁଧବାର ଦିନ ରାତି ୯.୧୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆର ମୃତ୍ୟୁ ଘଟିଛି। ଏନେଇ ଏନେଇ ଏସ୍‌ସିବିର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟା ୧୦ରେ ଏସ୍ସିବିରେ କାଳିଆର ମୃତ୍ୟୁ ଘଟିଛି।
୨୦୧୯ ସେପଟେମ୍ବରରେ ଦିଲ୍ଲୀ ଏମ୍ସରୁ ଅସ୍ତ୍ରୋପଚାର ହୋଇ ଆସିବା ପରେ ଏସ୍ସିବିରେ ଚିକିତ୍ସିତ ହେଉଥିଲେ ଜଗା-ବଳିଆ। ନ୍ୟୁରୋସର୍ଜରୀ , ଶିଶୁରୋଗ ବିଭାଗ, ନିଶ୍ଚେତକ, ଇଏନ୍ଟି ତଥା ବିଭିନ୍ନ ବିଭାଗର ୧୪ଜଣିଆ ବିଶେଷଜ୍ଞ କମିଟି ଚିକିତ୍ସା କରୁଥିଲେ।
ଦିଲ୍ଲୀ ଏମ୍ସରୁ ଅଣାଯାଇ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-ବଳିଆଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା ପ୍ରାୟତଃ ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ ବଳିଆ ଆସିବା ଦିନଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନଠାରୁ ବଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ତାର ସ୍ବାସ୍ଥ୍ୟବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ଫଳରେ ବିଭିନ୍ନ ସମୟରେ ବଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା।
ଫୁଲବାଣୀ ଜିଲ୍ଲାର କନ୍ଧମାଳର ଫିରିଙ୍ଗିଆ ବ୍ଲକ୍ର ଭୂୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଏହି ଯୋଡାମୁଣ୍ଡ ଶିଶୁ ଜଗା-ବଳିଆ ୨୦୧୭ ଅକ୍ଟୋବର ୨୫ରେ ଦ୍ବତୀୟ ପର‌୍ୟ୍ୟାୟ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିଲେ। ଦୀର୍ଘ ଦୁଇ ବର୍ଷ ପରେ ସୁସ୍ଥ ହୋଇ ଜଗା-ବଳିଆ ଓଡିଶା ଫେରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031